Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ବଦ୍ରି-କେଦାର ଧାମରେ ମୁକେଶ ଅମ୍ବାନୀଙ୍କ ପୂଜାର୍ଚ୍ଚନା

ଗୋପେଶ୍ୱର-ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ମୁଖ୍ୟ ତଥା ଦେଶର ପ୍ରମୁଖ ଉଦ୍ୟୋଗପତି ମୁକେଶ ଅମ୍ବାନୀ ଗୁରୁବାର ବଦ୍ରି-କେଦାର ଧାମରେ ପହଞ୍ଚି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି । ଅମ୍ବାନୀଙ୍କ ସହ ତାଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ମଙ୍ଗେତର ରାଧିକା ମର୍ଚ୍ଚାଣ୍ଟ ଓ ସମୁଦୁଣୀ ମଧ୍ୟ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ମୁକେଶ ଅମ୍ବାନୀ ବଦ୍ରିନାଥ-କେଦାରନାଥ ମନ୍ଦିର ସମିତିକୁ 5କୋଟି ଟଙ୍କା ଦାନ କରିଥିଲେ ।
ମୁକେଶ ଅମ୍ବାନୀ ବଦ୍ରିନାଥ ଓ କେଦାରନାଥ ଧାମ ପହଞ୍ଚିବା ପରେ ବିକେଟିସି ତାଙ୍କର ସ୍ୱାଗତ କରିଥିଲା । ଅମ୍ବାନୀ ପ୍ରଥମେ ବଦ୍ରିନାଥ ଧାମ ଓ ଏହାପରେ କେଦାରନାଥ ଧାମ ପରିଦର୍ଶନ କରିଥିଲେ । ବଦ୍ରିନାଥରେ ବିକେଟିସି ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟ ଅମ୍ବାନୀଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ କରି ସ୍ୱାଗତ କରିଥିଲେ ।

Show More

Related Articles

Back to top button