Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ସିକ୍କିମ ବନ୍ୟାରେ 87000 ଲୋକ ପ୍ରଭାବିତ

ନୂଆଦିଲ୍ଲୀ-ସିକ୍କିମରେ ହଠାତ୍ ଆସିଥିବା ବନ୍ୟାରେ ଫସିଥିବା ଲୋକଙ୍କୁ ଏନଡିଆରଏଫ, ସେନା ଓ ସ୍ଥାନୀୟ ପ୍ରଶାସନର ମିଳିତ ଉଦ୍ୟମରେ ଉଦ୍ଧାର କରାଯାଉଛି । ପ୍ରାକୃତିକ ବିପର୍ଯ୍ୟୟର ସପ୍ତାହେ ପରେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବିଭିନ୍ନ ସ୍ଥାନରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରାଯିବା ସହ ସେମାନଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରାଯାଉଛି । ଏପରିକି ରୋଗୀଙ୍କୁ ଔଷଧ ମଧ୍ୟ ପ୍ରଦାନ କରାଯାଉଥିବା ସୂଚନା ମିଳିଛି ।
ସୂଚନା ମୁତାବକ ଏବେ ସୁଦ୍ଧା 3,448 ଲୋକଙ୍କୁ ଉଦ୍ଧାର କରାଯାଇଛି । ବିପର୍ଯ୍ୟୟରେ 87,300 ଲୋକ ପ୍ରଭାବିତ ହୋଇଛନ୍ତି । ସିକ୍କିମ ସରକାରଙ୍କ ମୁତାବକ ବନ୍ୟାରେ 3773 ଲୋକ ନିଜର ବାସ ହରାଇଛନ୍ତି । ଏମାନଙ୍କ ମଧ୍ୟରେ 3706 ଜଣ ଶିବିରରେ ରହୁଛନ୍ତି । 90ଟି ଗାଁରେ 3646 ପକ୍କା ଓ କଚ୍ଚା ଘର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି । ଏଥିରେ 37ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 30ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି ।

Show More

Related Articles

Back to top button