Breaking PLUSଦେଶମୁଖ୍ୟ ଖବର

ମୋଦି ହେ ତୋ ମୁମକିନ୍ ହେ – ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ, 10 ଡିସେମ୍ବର – ରିଲାୟନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ (ଆରଆଇଏଲ)ର ଚେୟାରମ୍ୟାନ ମୁକେଶ ଅମ୍ବାନୀ ବୁଧବାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଇତିହାସରେ ସବୁଠୁ ସଫଳ ପ୍ରଧାନମନ୍ତ୍ରୀ ଅଟନ୍ତି । ମୁକେଶ ଅମ୍ବାନୀ ଭାଇବ୍ରେଣ୍ଟ ଗୁଜରାଟ ସମିଟ 2024କୁ ସମ୍ବୋଧିତ କରି କହିଛନ୍ତି ଯେ, ମୋଦି ଅଛନ୍ତି ତ ସବୁ ସମ୍ଭବ ।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଗାନ୍ଧିନଗରରେ 10ମ ଭାଇବ୍ରେଣ୍ଟ ଗୁଜରାଟ ସମିଟ-2024ର 10ମ ଏଡିସନର ଉଦଘାଟନ କରିଥିଲେ । ଏହି ଅବସରରେ ମୁକେଶ ଅମ୍ବାନୀ ନିଜର ସମ୍ବୋଧନରେ କହିଥିଲେ ଯେ, ଗୁଜରାଟ ଓ ଭାଇବ୍ରେଣ୍ଟ ଗୁଜରାଟ ଶିଖର ସମ୍ମିଳନୀରେ ଆପଣଙ୍କ ସ୍ୱାଗତ, ଯାହା ଆଜି ଦୁନିଆର ସବୁଠୁ ପ୍ରତିଷ୍ଠିତ ନିବେଶକ ଶିଖର ସମ୍ମିଳନୀ ଅଟେ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏକ ଗୁଜରାଟୀ କମ୍ପାନୀ ଥିଲା ଏବଂ ସବୁବେଳେ ରହିବ । ଏହାର ଉଦ୍ଦେଶ୍ୟ ହେଉଛି 7କୋଟି ଗୁଜରାଟିଙ୍କ ସ୍ୱପ୍ନକୁ ପୂରଣ କରିବା । 2047 ସୁଦ୍ଧା ଏକା ଗୁଜରାଟ ତିନି ଟ୍ରିଲିୟନ ଆମେରିକୀୟ ଡଲାରର ଅର୍ଥବ୍ୟବସ୍ଥା ହେବ ବୋଲି ସେ କହିଛନ୍ତି ।

Show More

Related Articles

Back to top button