Breaking PLUSଦେଶମୁଖ୍ୟ ଖବର

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ଠିଆ ହୋଇଥିବା ଟ୍ରୋଲ ସହ ଧକ୍କା ହେଲା ଦ୍ରୁତଗତିରେ ଆସୁଥିବା କାର, ତିନି ମୃତ

ଅଲୱର, 10 ଡିସେମ୍ବର -ଦିଲ୍ଲୀ-ମୁମ୍ବାଇ ସୁପର ଏକ୍ସପ୍ରେସ ହାଇୱେ ଉପରେ ଅଲୱର ଜିଲ୍ଲାର ରୈଣୀ ଥାନା ମୁକୁନ୍ଦରା ପୁଲିୟା ନିକଟରେ ଦୁର୍ଘଟଣାରେ 3ଜଣଙ୍କ ମୃତ୍ୟୁ ହୋଇଛି । ଠିଆ ହୋଇଥିବା ଟ୍ରୋଲ ସହ ଏକ କାର ଧକ୍କା ହୋଇଛି । ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି ।
ପୋଲିସ ପକ୍ଷରୁ କୁହାଯାଇଛି ଯେ, ତିନି ମୃତକଙ୍କ ପରିଚୟ ମିଳିଛି । ନିଶାନ୍ତ ପୁତ୍ର ଅନୁପ, ଅନୁପ ଜୈନ ଓ ଲାଲବାବୁ ତାତି । ତିନିଜଣ ଯାକ ଉତ୍ତରପ୍ରଦେଶର ଗାଜିଆବାଦର ବାସିନ୍ଦା । ଦୁର୍ଘଟଣା ଏତେ ଭୟାବହ ଯେ, କାର ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଶବ କାଚ ଭାଙ୍ଗି ବାହାରକୁ ଆସିଛି । ଉତ୍ତରପ୍ରଦେଶ ନମ୍ବରର ଏହି କା ଦିଲ୍ଲୀରୁ ଜୟପୁର ଅଭିମୁଖେ ଯାଉଥିଲା । କାରରେ ତିନିଜଣ ଲୋକ ଥିଲେ । ସକାଳେ ପାଗ କୁହୁଡି ଥିଲା । ଏବଂ ଡ୍ରାଇଭର ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି ।

Show More

Related Articles

Back to top button