Breaking PLUSଦେଶମୁଖ୍ୟ ଖବର

ଗୁଜରାଟରେ 2ଲକ୍ଷ କୋଟି ନିବେଶ କରିବ ଆଦାନୀ ଗ୍ରୁପ- ଗୌତମ ଆଦାନୀ

ଗାନ୍ଧିନଗର, 10 ଡିସେମ୍ବର – ଦେଶର ସବୁଠୁ ଧନୀ ବ୍ୟକ୍ତି ତଥା ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ବୁଧବାର ଗୁଜରାଟରେ 2ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ କରିବାକୁ ଘୋଷଣା କରିଛନ୍ତି । ଏଥିରେ ଗୋଟିଏ ସବୁଜ ଶକ୍ତି ପାର୍କ ନିର୍ମାଣ ସାମିଲ ରହିଛି, ଯାହାକି ମହାକାଶରୁ ମଧ୍ୟ ଦେଖାଯିବ । ଏହାଦ୍ୱାରା ଏକ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ ।
ଗୌତମ ଆଦାନୀ ଏଠାରେ 10ମ ଭାଇବ୍ରେଣ୍ଟ ଗୁଜରାଟ ସମିଟ 2024କୁ ସମ୍ବୋଧିତ କରି ଏହା କହିଛନ୍ତି । ସେ କହିଛନ୍ତି ତାଙ୍କ ଗ୍ରୁପ ଗ୍ରୀନ ଏନର୍ଜି ଓ ନବିକରଣୀୟ ଶକ୍ତି କ୍ଷେତ୍ରରେ ଆସନ୍ତା 5ବର୍ଷରେ 2ଲକ୍ଷ କୋଟି ଟଙ୍କା ନିବେଶ କରିବ । ଆଦାନୀ କହିଛନ୍ତି ଯେ, ଏଥିରେ ମୁଖ୍ୟ ଭାବେ ଏକ ସବୁଜ ଶକ୍ତି ପାର୍କର ନିର୍ମାଣ ସାମିଲ ରହିଛି ।
ଭାଇବ୍ରେଣ୍ଟ ଗୁଜରାଟ ସମିଟ 2024କୁ ସମ୍ବୋଧିତ କରି ଆଦାନୀ କହିଛନ୍ତି ଯେ, ଗତ ଶିଖର ସମ୍ମିଳନୀରେ 55ହଜାର କୋଟି ଟଙ୍କା ନିବେଶ କରିବାକୁ ପ୍ରତିବଦ୍ଧତା ଦେଖାଇଥିଲେ, ଯେଉଁଥିରେ 50ହଜାର କୋଟିରୁ ଅଧିକ ନିବେଶ କରାଯାଇଛି ।

Show More

Related Articles

Back to top button