Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଅଯୋଧ୍ୟା ଗଲା ସମ୍ବଲପୁରୀ ଶାଢୀ

ସମ୍ବଲପୁର: ଅଯୋଧ୍ୟାରେ ନବ ନିର୍ମିତ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ବରଗଡରୁ ଯାଉଛି ସମ୍ବଲପୁରୀ ଶାଢୀ ଉପହାର। ଏହି ଶାଢୀରେ ସମ୍ବଲପୁରୀ ବାନ୍ଧକଳା ଜରିଆରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ମହିମା ଓ ରାମାୟଣର କଥାବସ୍ତୁକୁ ଅତି ନିଖୁଣ ଭାବରେ ପ୍ରଦର୍ଶିତ କରାଯାଇଛି। ବରଗଡର ଇଶ୍ୱର ମେହେର ଓ ତାଙ୍କ ପରିବାର ସୂକ୍ଷ୍ମ ବାନ୍ଧ କାରିଗରୀ କୌଶଳ ପ୍ରୟୋଗ କରି ଏହି ଶାଢି ବୁଣିଛନ୍ତି। ରାମଲାଲା ଓ ମାତା ସୀତାଙ୍କୁ ସମଗ୍ର ଦେଶରୁ ଦିଆଯାଉଥିବା ଉପହାର ମଧ୍ୟରେ ବରଗଡର ଏହି ଶ୍ରଦ୍ଧା ଉପହାର ମଧ୍ୟ ସ୍ଥାନ ପାଇବାକୁ ଯାଉଛି। ପ୍ରଭୁ ଶ୍ରୀ ରାମଚନ୍ଦ୍ର ମାତା ସୀତାଙ୍କୁ ଲଙ୍କାରୁ ଉଦ୍ଧାର କରିବାକୁ ସମୁଦ୍ରରେ ସେତୁ ନିର୍ମାଣ କରିଥିବା ‘ରାମସେତୁ’ର ମହାନ କଥାବସ୍ତକୁ ଏହି ଶାଢୀରେ ଅତି ନିଖୁଣ ଭାବରେ ପ୍ରଦର୍ଶିତ କରାଯାଇଛି। ଶାଢୀର ଦୁଇ ପାଶ୍ୱର୍ ଧାଡିର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ଭଗବାନଙ୍କ ଅନ୍ୟ ଦୁଇ ଅବତାର ମତ୍ସ୍ୟ ଓ କଚ୍ଛପ ସ୍ଥାନ ପାଇଛନ୍ତି। ସମୂଦ୍ରର ରୂପ ଦିଆଯାଇଥିବା ଏହି ଶାଢୀର ଦେହସାରା ସାମୂଦ୍ରିକ ଜୀବର ଚିତ୍ର ଦେଖିବାକୁ ମିଳିଛି।

Show More

Related Articles

Back to top button