Breaking PLUSଦେଶମୁଖ୍ୟ ଖବର

ଭାଇବ୍ରେଣ୍ଟ ଗୁଜରାଟ ଗ୍ଲୋବାଲ୍ ସମିଟର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଗାନ୍ଧିନଗର, 10 ଡିସେମ୍ବର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ଗୁଜରାଟର ଗାନ୍ଧିନଗର ସ୍ଥିତ ମହାତ୍ମା ମନ୍ଦିରରେ 10ମ ଭାଇବ୍ରେଣ୍ଟ ଗୁଜରାଟ ଗ୍ଲୋବାଲ ସମିଟର ଉଦଘାଟନ କରିଛନ୍ତି । ଏହି ଅବସରରେ ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟଦ ଅଲ ନାହୟାନ, ମୋଜାମ୍ବିକ ରାଷ୍ଟ୍ରପତି ଫିଲିପ ଜୈସିଣ୍ଟୋ ନ୍ୟୁସି, ତିମୋର-ଲେସ୍ତେ ରାଷ୍ଟ୍ରପତି ଜୋସ୍ ରାମୋସ ହୋର୍ଟା, ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ରମନ୍ତ୍ରୀ ଓ ଉଦ୍ୟମ ମୁକେଶ ଅମ୍ବାନୀ, ଗୌତମ ଆଦାନୀଙ୍କ ସମେତ ଅନେକ ପ୍ରମୁଖ ଲୋକ ଉପସ୍ଥିତ ଥିଲେ ।
ତିନି ଦିବସୀୟ ସମିଟରେ ପ୍ରାୟ 55 ସେମିନାର ପାଇଁ 12ଟି ସେମିନାର ହଲର ବ୍ୟବସ୍ଥା କରାଯାଇଛି । ଏଥିରେ ଅସ୍ଥାୟୀ ସେମିନାର ହଲର କ୍ଷମତା ଆବଶ୍ୟକତା ଅନୁସାରେ 100, 150 ଓ 250 ବ୍ୟକ୍ତିଙ୍କ ପାଇଁ ରହିଛି । ସମିଟରେ ସମାନାନ୍ତର ଆୟୋଜିତ ହେବାକୁ ଥିବା ବି2ଜି ତଥା ବି2ବି ମିଟିଂ ପାଇଁ ଲାଉଞ୍ଜ ତଥା ମିଟିଂ ରୁମ୍ ସହିତ ଅନେକ ବ୍ୟବସ୍ଥା କରାଯାଇଛି । ଗୁଜରାଟ ସରକାର ଏବଂ କେନ୍ଦ୍ର ସରକାରଙ୍କ 40ରୁ ଅଧିକ ବିଭାଗ ଏହି ବୈଠକରେ ଭାଗ ନେବେ ।

Show More

Related Articles

Back to top button