Breaking PLUSଓଡ଼ିଶାମୁଖ୍ୟ ଖବର

ମାଟି ତାଡି କେନାଲ ଖୋଳିଲେ ଅପରାଜିତା

ମାଟି ତାଡ଼ି କେନାଲ ଖୋଲିଲେ ନିଜେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଲୋକେ ମାଟି ଖୋଳି କେନାଲର ପୁନରୁଦ୍ଧାର କରୁଥିବା ବେଳେ ଏଥିରେ ନିଜେ ସହଯୋଗ କରିଥିଲେ ଅପରାଜିତା ଷଡଙ୍ଗୀ ।

ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଞ୍ଚଳରେ ଥିବା ଡେରାସ୍ ଡ୍ୟାମର କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ଅବରୋଧ ଅଭିଯୋଗ ହୋଇଛି । ଫଳରେ ୪ ଶହ ଏକର ଜମି ଜଳସେଚନରୁ ବଞ୍ଚିତ ହୋଇଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି । ଆଜି ସେଠାକୁ ପରିଦର୍ଶନରେ ଯାଇ ମାଟି ତାଡି କେନାଲ ଖୋଳିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ତାଙ୍କ ଉପସ୍ଥିତିରେ ବେଆଇନ ଭାବେ ହୋଇଥିବା ଅବରୋଧକୁ ହଟାଯାଉଛି । ସ୍ଥାନୀୟ ଲୋକେ ଖନନ କରି ଅବରୋଧ ହଟାଇଥିବା ବେଳେ ସାଂସଦ ତାଙ୍କୁ ସହଯୋଗ କରିଥିଲେ ।

Show More

Related Articles

Back to top button