Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

G-20: ଭାରତରେ ପହଞ୍ଚିଲେ ମରିସସ୍ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜି-20 ଶିଖର ସମ୍ମିଳନୀରେ ସାମିଲ ହେବା ପାଇଁ ରାଜଧାନୀ ଦିଲ୍ଲୀକୁ ଅତିଥିମାନଙ୍କ ଆଗମନ ଆରମ୍ଭ ହେଲାଣି । ଏହି କ୍ରମରେ ମାରିସସର ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ୍ର କୁମାର ଜୁଗନାଥ ଗୁରୁବାର ଦିଲ୍ଲୀରେ ପହଞ୍ଚିଛନ୍ତି । ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ କେନ୍ଦ୍ର ବନ୍ଦର, ଜାହାଜ, ଜଳପଥ ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀପାଦ ନାଇକ ଜୁଗନାଥଙ୍କର ସ୍ୱାଗତ କରିଛନ୍ତି ।

ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ଟ୍ୱିଟ କରି ସୂଚନା ଦେଇଛନ୍ତି ଯେ, ଜି-20 ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ମରିସସ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ୍ର କୁମାର ଜୁଗନାଥ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି । ଭାରତ ପକ୍ଷରୁ ତାଙ୍କର ସ୍ୱାଗତ କରାଯାଇଛି । ଦିଲ୍ଲୀ ଏୟାରପୋର୍ଟରେ କେନ୍ଦ୍ରମନ୍ତ୍ରୀ ଶ୍ରୀପାଦ ନାଇକ ତାଙ୍କର ସ୍ୱାଗତ କରିଥିବା ନେଇ ସୂଚନା ଦେଇଛନ୍ତି ଅରିନ୍ଦମ ବାଗଚୀ ।

Show More

Related Articles

Back to top button