Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଆସନ୍ତା କାଲି ଭାରତ ଆସିବେ ବାଇଡେନ୍

ଆସନ୍ତାକାଲି ଭାରତ ଆସିବେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସନ୍ଧ୍ୟା ୭ଟାରେ ଭାରତରେ ନିଜ ଏୟାରଫୋର୍ସ ୱାନ ଏୟାରକ୍ରାପ୍ଟରେ ପହଞ୍ଚିବେ। ସେଠାରୁ ସେ ନିଜ ‘ବିଷ୍ଟା’ କାର୍‌ରେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ନିମନ୍ତେ ଯିବେ। ଏ ନେଇ ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୯ ତାରିଖରେ ହେବାକୁ ଥିବା ଜି-୨୦ ସମ୍ମିଳନୀ ପାଇଁ ବାଇଡେନ ଆଜି ଭାରତରେ ପହଞ୍ଚିବାର ଚର୍ଚ୍ଚା ଚାଲିଥିବା ବେଳେ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଆସିଛି ଯେ କାଲି ଆସିବେ । ଏହାପରେ ୯ ଓ ୧୦ ତାରିଖରେ ଜି-୨୦ ସମ୍ମିଳନୀରେ ଯୋଗ ଦେବେ ବୋଲି ଜଣାଯାଇଛି ।

ବାଇଡେନଙ୍କ ଭାରତ ରହଣି ସମୟରେ ସେ ନିଜ ‘ବିଷ୍ଟା’ କାର୍‌ରେ ଯାତାୟତ କରିବେ।ଖବର ଅନୁଯାଇ ଏହି କାର୍‌ Boeing C-17 Globemaster III ରେ ଭାରତରେ ପହଞ୍ଚିବ। ତାଙ୍କ କାର୍‌କେଡରେ ପ୍ରାୟ ୫୦ରୁ ଅଧିକ କାର୍‌ ସାମିଲ ହେବ । ବିଶ୍ୱର ଅନ୍ୟ ନେତାଙ୍କ କାର୍‌କେଡ୍‌ ତୁଳନାରେ ବାଇଡେନଙ୍କ କାର୍‌କେଡରେ ଗାଡ଼ି ସଂଖ୍ୟା ଅଧିକ ରହିବ ବୋଲି ସୂଚନା ମିଳିଛି

Show More

Related Articles

Back to top button