Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ISI ଏଜେଣ୍ଟ ଗିରଫ, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆକ୍ରମଣ ପାଇଁ ଯୋଜନା

କୋଲକାତା: କୋଲକାତା ପୋଲିସର ସ୍ପେଶାଲ ଟାସ୍କଫୋର୍ସ ଗିରଫ କରିଥିବା ଆଇଏସଆଇ ଏଜେଣ୍ଟ ଭକ୍ତ ବଂଶୀ ଝାକୁ ପଚରାଉଚରା ବେଳେ ସାମ୍ନାକୁ ଆସିଛି ବହୁ ଚାଞ୍ଚଲ୍ୟକର ତଥ୍ୟ ।

ଦିଲ୍ଲୀର ରାଷ୍ଟ୍ରପତି ଭବନ ଉପରେ ପାକିସ୍ତାନର ଗୁଇନ୍ଦା ଏଜେନ୍ସିର ନଜର ଥିବା କହିଛି ଆଇଏସଆଇ ଏଜେଣ୍ଟ । ଏହାସହିତ ଇଣ୍ଡିଆ ଗେଟ୍ ଏବଂ ୱାର ମେମୋରିଆଲ ପରି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଟାର୍ଗେଟ କରିବାକୁ ଷଡଯନ୍ତ୍ର କରୁଛି ପାକିସ୍ତାନ । ଦିଲ୍ଲୀରେ ଥିବା ଏହିସବୁ ସ୍ଥାନ ସାମରିକ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା କଡା ସୁରକ୍ଷା ବଳୟ ଭିତରେ 24ଘଣ୍ଟା ରହିଥାଏ । ତେବେ କଡା ସୁରକ୍ଷା ସତ୍ତ୍ବେ ଭକ୍ତ ବଂଶୀର ମୋବାଇଲରୁ ଏହି ସ୍ଥାନର ଗୁରୁତ୍ୱପୂର୍ଣ୍ଣ ଫଟୋ ମିଳିଛି, ଯାହାକି ଏବେ କେନ୍ଦ୍ରୀୟ ଏଜେନ୍ସିର ଚିନ୍ତା ବଢାଇଛି ।

ଭକ୍ତ ବଂଶୀର ଅନ୍ୟ ସହଯୋଗୀମାନଙ୍କ ସମ୍ପର୍କରେ ଖୋଳତାଡ କରାଯାଉଛି । ପଚରାଉଚରା ସମୟରେ ଭକ୍ତ ବଂଶୀ କହିଛି ଯେ, ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିବା ଅନେକ ବିଲ୍ଡିଂ ଉପରେ ଆକ୍ରମଣ କରିବାକୁ ପାକ୍ ଗୁଇନ୍ଦା ସଂସ୍ଥା ଯୋଜନା କରୁଛି । ଏଥିପାଇଁ ଆତଙ୍କବାଦୀ ସଙ୍ଗଠନକୁ କାମରେ ଲଗାଯାଇଛି । ତେବେ ଏହି ସାମରିକ ସ୍ଥାନଗୁଡିକର ସଠିକ୍ ଫଟୋ ଦେବାକୁ ଭକ୍ତବଂଶୀକୁ ଆତଙ୍କୀ ଏଜେନ୍ସି ପକ୍ଷରୁ କାମ ଦିଆଯାଇଥିଲା ।

Show More

Related Articles

Back to top button