Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ପ୍ରବଳ ଛେଚୁଛି, ଅତିପ୍ରବଳ ବର୍ଷା ପାଇଁ 4ଜିଲ୍ଲାକୁ ୱାର୍ଣ୍ଣିଂ

() ରାଜ୍ୟରେ ପ୍ରବଳ ଛେଚୁଛି । ମୌସୁମୀ ପ୍ରବାହ ସକ୍ରିୟ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । । ଅତି ପ୍ରବଳ ବର୍ଷା ପାଇଁ ୪ ଓ ପ୍ରବଳ ବର୍ଷା ପାଇଁ ୧୪ ଜିଲ୍ଲାକୁ ୱାର୍ଣ୍ଣିଂ କରାଯାଇଛି । ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼ରେ ଅତିପ୍ରବଳ ବର୍ଷିବ ।

ସେହିପରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା , ଗଜପତି, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ସୋନପୁରରେ ପ୍ରବଳ ବର୍ଷିବ । ବୌଦ୍ଧ ଏବଂ ଦେବଗଡ଼ରେ ମଧ୍ୟ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଅନ୍ୟପଟେ ରାଜଧାନୀରେ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ରାଜଧାନୀ ଭୁବନେଶ୍ୱରରେ ତୁହାକୁ ତୁହା ବର୍ଷା ଲାଗିରହିଛି । ଫଳରେ ଜନଜୀବନ ବାଧାପ୍ରାପ୍ତ ହୋଇଛି । ବିଭିନ୍ନ ସ୍ଥାନରେ ଜଳମଗ୍ନ ହୋଇପଡିଛି ।

Show More

Related Articles

Back to top button