ବାଣିଜ୍ୟ

ଖସିଲା ଖୁଚୁରା ମୁଦ୍ରାସ୍ପିତି ହାର

ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳକୁ ଆଶ୍ୱସ୍ତି

ପାଇକାରୀ ମୁଦ୍ରାସ୍ପିତିକୁ ନେଇ ମେ ମାସର ତାଜା ତଥ୍ୟ ସାମ୍ନାକୁ ଆସିଛି। ସଦ୍ୟତମ ତଥ୍ୟ ଅନୁସାରେ ମେ ମାସର ପାଇକାରୀ ମୁଦ୍ରାସ୍ପିତି ୩ ଦଶନ୍ଧୀର ଉଚ୍ଚତମ ସ୍ତରରେ ଥିଲା। ତେବେ ଏହି ସମୟରେ ଖୁଚୁରା ମୁଦ୍ରାସ୍ପିତିରେ ସାମାନ୍ୟ ରିହାତି ଥିଲା। ଏଥିରେ ସହରାଞ୍ଚଳ ତୁଳନାରେ ଗ୍ରାମୀଣ କ୍ଷେତ୍ରର ଖୁଚୁରା ମୁଦ୍ରାସ୍ପିତି ହାର ସାମାନ୍ୟ ଆଶ୍ୱସ୍ତିକର ଥିଲା। ଚଳିତବର୍ଷ ମେ ମାସରେ ପାଇକାରୀ ମୁଦ୍ରାସ୍ପିତି ୧୫.୮୮ ପ୍ରତିଶତର ରେକର୍ଡ ସ୍ତରକୁ ପହଞ୍ଚିଥିଲା।ଯଦି ଗତବର୍ଷ ସହ ତୁଳନା କରାଯାଏ ତେବେ ପାଇକାରୀ ମୁଦ୍ରାସ୍ପିତି ହାର ନଭେମ୍ବର ୨୦୨୧ରେ ୧୪.୮୭ ପ୍ରତିଶତ ସ୍ତରକୁ ଛୁଇଁଥିଲା। ଏହା ପରେ ଫେବୃଆରୀ ୨୦୨୨ରେ ଏହି ହାର ୧୩.୧୧ ପ୍ରତିଶତରେ ଥିଲା। ତେବେ ଏପ୍ରିଲ ମାସରେ ବୃଦ୍ଧି ପାଇ ୧୫.୦୮ ପ୍ରତିଶତକୁ ଛୁଇଁଥିଲା। ଏଣୁ ମେ ମାସରେ ପାଇକାରୀ ମୁଦ୍ରାସ୍ପିତିରେ ବୃଦ୍ଧି ହୋଇଥିଲା।

ତଥ୍ୟ ଅନୁସାରେ ମେ ମାସରେ ଖୁଚୁରା ମୁଦ୍ରାସ୍ପିତି ହାର ୭.୦୪ ପ୍ରତିଶତ ଥିଲା। ଏହା ପୂର୍ବରୁ ଏପ୍ରିଲ ମାସରେ ଏହି ହାର ୭.୭୯ ପ୍ରତିଶତ ଥିଲା, ଯାହା ଗତ ୮ ବର୍ଷର ସର୍ବୋଚ୍ଚସ୍ତରରେ ଥିଲା। ସରକାରଙ୍କ ଦ୍ୱାରା ଉପସ୍ଥାପିତ ତାଜା ତଥ୍ୟ ଅନୁସାରେ ଏଥର ମୁଦ୍ରାସ୍ପିତିରେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳକୁ ସାମାନ୍ୟ ଆଶ୍ୱସ୍ତ କରିଛି। ଗତ ମେ ୨୦୨୧ରେ ଖୁଚୁରା ମୁଦ୍ରାସ୍ପିତି ହାର ୬.୩୦ ପ୍ରତିଶତ ରେକର୍ଡ କରାଯାଇଥିଲା। ଏଥିରେ ଆରବିଆଇ ଇନଫ୍ଲେସନ ହାରର ଲକ୍ଷ୍ୟ ୨ରୁ ୬ ପ୍ରତିଶତ ସ୍ତରରେ ଧାର୍ଯ୍ୟ କରାଯାଇଥିଲା।

Show More

Related Articles

Back to top button