ଦେଶ ବିଦେଶ

ମୋମୋ ଖାଇ ଚାଲିଗଲା ଜୀବନ

ଏମ୍ସ ବିଶେଷଜ୍ଞଙ୍କ ଚେତାବନୀ ଭଲଭାବେ ଚୋବାଇ ଖାଆନ୍ତୁ

ଯଦି ଆପଣ ମୋମୋ ଖାଇବାକୁ ପସନ୍ଦ କରନ୍ତି ତାହେଲେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ)ର ନିର୍ଦ୍ଦେଶାବଳୀକୁ ପଢ଼ିବା ଆବଶ୍ୟକ। ଲାଲ୍ ଚଟନୀ ସହିତ ଗରମ ମୋମୋ ଖାଉଥିବା ଲୋକଙ୍କୁ ଏମ୍ସର ବିଶେଷଜ୍ଞ ନିର୍ଦ୍ଦେଶ ଦେଇଛନ୍ତି ଏହାକୁ ଭଲଭାବେ ଚୋବାନ୍ତୁ ଓ ସାବଧାନତା ସହିତ ଖାଆନ୍ତୁ। ଏପରି ନକଲେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିପାରେ ଏପରିବି ଆପଣଙ୍କ ଜୀବନ ମଧ୍ୟ ଚାଲି ଯାଇ ପାରେ। ଏମ୍ସର ବିଶେଷଜ୍ଞମାନେ କହିଛନ୍ତି ଯେ ମୋମୋକୁ ଚୋବାଇ ନଖାଇଲେ ଏହା ପେଟରେ ଯାଇ ସମସ୍ୟା ସୃଷ୍ଟି କରିପାରେ, ଯାହାଫଳରେ ଜୀବନ ମଧ୍ୟ ଯାଇପାରେ। ପ୍ରକୃତରେ ଜଣେ ୫୦ବର୍ଷୀୟ ବ୍ୟକ୍ତି ମୋମୋ ଖାଇ ଅସୁସ୍ଥ ହୋଇଥିଲେ ଓ ମୃତ୍ୟୁବରଣ କରିବା ପରେ ଏମ୍ସର ବିଶେଷଜ୍ଞମାନେ ଏହି କଥା କହିଛନ୍ତି। ଦିଲ୍ଲୀରେ ଥିବା ଏମ୍ସ ହସ୍ପିଟାଲ୍‌ ରାଜ୍ୟମାନଙ୍କୁ ଏହି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଯେତେବେଳେ ଦକ୍ଷିଣ ଦିଲ୍ଲୀର ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ଏମ୍ସ ଡାକ୍ତରଖାନା ଅଣାଯାଇଥିଲା ଓ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ମଦ ପିଇ ଓ ଗୋଟିଏ ଦୋକାନରେ ମୋମୋ ଖାଉଥିଲେ। ଏହି ସମୟରେ ସେ ହଠାତ ତଳେ ପଡ଼ିଯାଇଥିଲେ।

ମୃତ ବ୍ୟକ୍ତିଙ୍କ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ଫରେନ୍ସିକ ବିଶେଷଜ୍ଞମାନେ କହିଛନ୍ତି ମୃତବ୍ୟକ୍ତିଙ୍କ ଶ୍ୱାସ ନଳୀରେ ମୋମୋ ଜମା ହୋଇଯାଇଥିଲା। ବିଶେଷଜ୍ଞମାନେ ଏହାକୁ ନ୍ୟୁରୋଜୋନିକ କାର୍ଡିଆକ୍‌ ଆରେଷ୍ଟ ବୋଲି କହିଛନ୍ତି। ଏମ୍ସର ବିଶେଷଜ୍ଞମାନେ କହିଛନ୍ତି ଯେ ଏହା ଏପରି ମାମଲା ଯେଉଁଥିରେ ମୋମୋ ଯାଇ ଶ୍ୱାସ ନଳୀରେ ଅଟକି ଯାଇଥିଲା ଯାହାଫଳରେ ସମ୍ପୃକ୍ତ ବ୍ୟକ୍ତିର ମୃତ୍ୟୁ ହୋଇଛି। ସେ କହିଛନ୍ତି ଆମେ ଯେତେବେଳେ ଏପରି ଖାଦ୍ୟ ଖାଉଛୁ ତାକୁ ଭଲ ଭାବେ ଚୋବାଇବା ଦରକାର। ଯଦି ଆମେ ଏହାକୁ ନଚୋବାଇ ସେମିତି ଖାଇବା ତାହେଲେ ଏହି ଖାଦ୍ୟ ପଦାର୍ଥ ଖାଦ୍ୟ ନଳୀରେ ଜମା ହୋଇଯିବାର ଆଶଙ୍କା ରହିଛି । ଏହାଦ୍ୱାରା ଶ୍ୱସନ ତନ୍ତ୍ର ବ୍ଲକ ହୋଇପାରେ ଓ ଏହାଦ୍ୱାରା ଜୀବନବି ଯାଇପାରେ। ଏହି ପୁରା ମାମଲାରେ ବୈଜ୍ଞାନିକଙ୍କ ରିପୋର୍ଟ ଫରେନ୍ସିକ ଇମେଜିଙ୍ଗର ତାଜା ସଂସ୍କରଣରେ ପ୍ରକାଶ ପାଇଛି ।

Show More

Related Articles

Back to top button