ଦେଶ ବିଦେଶ

ବ୍ୟାନ ପରେ ବି କିପରି ଖେଳୁଛନ୍ତି ?

ପବଜୀ ଗେମ୍ ଉପରେ ସରକାରଙ୍କୁ ଜାତୀୟ ଶିଶୁ ସୁରକ୍ଷା ଆୟୋଗର ପ୍ରଶ୍ନ

ଜାତୀୟ ଶିଶୁ ସୁରକ୍ଷା ଆୟୋଗ ମଙ୍ଗଳବାର ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ ପବଜୀ ଗେମକୁ ନେଇ ସ୍ପଷ୍ଟୀକରଣ ମାଗିଛି । ଭାରତୀୟରେ ବ୍ୟାନ ହେବା ପରେ ବି ପବଜୀ ଗେମ କିପରି ପିଲାଙ୍କ ନିକଟରେ କିପରି ଉପଲବ୍ଧ ରହିଛି ତାକୁ ନେଇ ଏଥିରେ ପ୍ରଶ୍ନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଅନଲାଇନ ଗେମ ଖେଳିବା ପାଇଁ ମନା କରିବାରୁ ୧୬ ବର୍ଷର ନାବାଳକ କଥିତ ରୂପେ ନିଜ ମାଆକୁ ଗୁଳି କରି ହତ୍ୟା କରିଥିଲା। ଏହାପରେ ଆୟୋଗ ଏହି ସ୍ପଷ୍ଟୀକରଣ ମାଗିଛି। ଉଲ୍ଲେଖଯୋଗ୍ୟ ଯେ, ୨୦୨୦ରେ କେନ୍ଦ୍ର ସରକାର ଲୋକପ୍ରିୟ ଗେମ ପବଜୀ ସହ ଅନ୍ୟ ଆପକୁ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବିପଦ ଦର୍ଶାଇ ବ୍ୟାନ କରିଥିଲେ।

ଏହାପରେ ବି ବିଭିନ୍ନ ସ୍ଥାନରେ ପବଜୀ ଗେମ ଖେଳିବା ଖବର ସାମନାକୁ ଆସିଛି। କେବଳ ଏହା ନୁହେଁ, ଅନେକ ସମୟରେ ଏହି ଗେମ ଯୋଗୁଁ ବଡ଼ ଦୁର୍ଘଟଣାର ଖବର ମଧ୍ୟ ସାମନାକୁ ଆସିଛି। ଏନସିପିସିଆର ବିଭାଗୀୟ ମନ୍ତ୍ରଣାଳୟର ସଚିବଙ୍କୁ ଚିଠି ଲେଖି ଏହା ଉପରେ ସ୍ପଷ୍ଟୀକରଣ ମାଗିଛି। ଦେଶରେ ବ୍ୟାନ ହୋଇଥିବା ଗେମ କିପରି ନାବାଳକଙ୍କ ନିକଟରେ ଉପଲବ୍ଧ ହେଉଛି ତା ଉପରେ ପ୍ରଶ୍ନ କରିଛି। ବ୍ୟାନ ଆପର ଇଣ୍ଟରନେଟରେ ଉପଲବ୍ଧ କାରଣ ଜଣାଇବାକୁ ଏନସିପିସିଆର ନିର୍ଦ୍ଦେଶ ଦେଇଛି।

Show More

Related Articles

Back to top button