Breaking PLUSଦେଶମୁଖ୍ୟ ଖବର

ତେଲେଙ୍ଗାନାରେ ବିଧାୟିକା ଲସ୍ୟା ନନ୍ଦିତାଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ

ହାଇଦ୍ରାବାଦ, 23 ଫେବୃଆରୀ- ତେଲେଙ୍ଗାନାରେ ବିରୋଧୀ ଦଳ ଭାରତ ରାଷ୍ଟ୍ର ସମିତି ବିଧାୟିକା ଲସ୍ୟା ନନ୍ଦିତାଙ୍କର ଶୁକ୍ରବାର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ପୋଲିସ ମୁତାବକ ସଙ୍ଗାରେଡ୍ଡି ଜିଲ୍ଲାର ଅମିନପୁର ସୁଲତାନପୁର ଓଆରଆର ନିକଟରେ ଏହି ଦୁର୍ଘଟଣା ଘଟିଛି । ବିଧାୟିକା ଏକ ଘରୋଇ ସମାରୋହରୁ ଭାଗ ନେଇ କାରରୁ ହାଇଦ୍ରାବାଦରୁ ଫେରୁଥିଲେ । ସମ୍ମୁଖରୁ ଆସୁଥିବା ଏକ ଯାନକୁ ସୁରକ୍ଷା ଦେବାକୁ ଯାଇ ସେ କାରର ବ୍ରେକ ମାରିଥିଲେ ଏବଂ କାରଟଇ ଭାରସାମ୍ୟ ହରାଇ ରେଲିଂରେ ଧକ୍କା ହୋଇଛି । ସିଟ୍ ବେଲ୍ଟ ନଲଗାଇବା କାରଣରୁ ଲାସ୍ୟାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।
ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡି କହିଛନ୍ତି ଯେ, ଲସ୍ୟା ନନ୍ଦିତାଙ୍କ ଅସାମୟିକ ମୃତ୍ୟୁକୁ ନେଇ ଗଭୀର ଆଘାତ ପହଞ୍ଚିଛି । ତାଙ୍କ ପରିବାରକୁ ଗଭୀର ସମବେଦନା ଜଣାଉଛି । ପୋଷ୍ଟମର୍ଟମ ପରେ ତାଙ୍କ ପରିଜନଙ୍କୁ ତାଙ୍କ ମୃତଦେହ ହସ୍ତାନ୍ତର କରାଯାଇଛି ।

Show More

Related Articles

Back to top button