Breaking PLUSଦେଶମୁଖ୍ୟ ଖବର

ଜାତିର କଲ୍ୟାଣ ନାମରେ କେବଳ ନିଜର ହିତ ସାଧନ କରିଥାନ୍ତି ପରିବାରବାଦୀ ଦଳ- ନରେନ୍ଦ୍ର ମୋଦି

ସିର ଗୋବର୍ଦ୍ଧନରେ ସନ୍ଥ ରବିଦାସଙ୍କର 25ଫୁଟ ଉଚ୍ଚର କାଂସ୍ୟ ପ୍ରତିମାର ଅନାବରଣ କଲେ ପିଏମ ମୋଦି

ବାରଣାସୀ, 23 ଫେବୃଆରୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସନ୍ଥ ରବିଦାସଙ୍କ ଜନ୍ମସ୍ଥଳୀ ସୀର ଗୋବର୍ଦ୍ଧନରେ କହିଛନ୍ତି ଯେ, ବିଜେପି ସରକାର ସ୍ଥଳ ରବିବାସଙ୍କ ସଂକଳ୍ପକୁ ପୂରଣ କରୁଛନ୍ତି । ଗରିବ, ବଂଚିତ, ପଛୁଆ ଓ ଦଳିତଙ୍କ ପାଇଁ ସରକାରଙ୍କ ମନୋବୃତ୍ତି ସ୍ୱଚ୍ଛ ଅଟେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ମୁଁ ସନ୍ଥ ରବିଦାସଙ୍କ ସଂକଳ୍ପକୁ ଆଗକୁ ବଢାଉଛି । ମୋତେ ସେ ସେବାର ଅବସର ଦେଇଛନ୍ତି ।
ସନ୍ଥ ରବିଦାସଙ୍କ 647ତମ ଜୟନ୍ତୀ ଅବସରରେ ସିରଗୋବର୍ଦ୍ଧନରେ ତାଙ୍କ 25ଫୁଟ ଉଚ୍ଚ କାଂସ୍ୟ ପ୍ରତିମାର ଅନାବରଣ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍ତି ଯେ, ଏହା ଆମର ଇତିହାସ ରହିଛି ଯେ, ଯେତେବେଳେ ଦେଶକୁ ଆବଶ୍ୟକ ହୁଏ, କୌଣସି ନା କୌଣସି ସନ୍ଥ, ଋଷି ମହାନ ବିଭୂତି ଭାରତରେ ଜନ୍ମ ନେଇଥାନ୍ତି । ସନ୍ଥ ରବିଦାସ ସେହି ଭକ୍ତି ଆନ୍ଦୋଳନର ମହାନ ସନ୍ଥ ଥିଲେ, ଯିଏକି କମଜୋର ଓ ବିଭାଜିତ ହୋଇଥିବା ଭାରତକୁ ନୂଆ ଶକ୍ତି ଦେଇଥିଲେ । ସନ୍ଥ ରବିଦାସ ସମାଜକୁ ସ୍ୱାଧୀନତାର ଗୁରୁତ୍ୱ ବି ଶିଖାଇଥିଲେ ଏବଂ ସାମାଜିକ ବିଭାଜନକୁ ଦୂର କରିବାର କାମ କରିଥିଲେ । ଉଚ୍ଚ ନୀଚ, ଭେଦଭାବ, ଛୁଆଁଅଛୁଆଁ, ସମେତ ସମସ୍ତ ସାମାଜିକ କୁପ୍ରଥା ବିରୁଦ୍ଧରେ ସ୍ୱର ଉଠାଇଥିଲେ ।

Show More

Related Articles

Back to top button