Breaking PLUSଦେଶମୁଖ୍ୟ ଖବର

ଗୁଜରାଟର ଭେରାଭାଲ ବନ୍ଦରରୁ 350 କୋଟି ଟଙ୍କାର ହେରୋଇନ ଜବତ, 9 ଗିରଫ

ଗିର ସୋମନାଥ, 23 ଫେବୃଆରୀ- ଗୁଜରାଟ ପୋଲିସ ଗିର ସୋମନାଥ ଜିଲ୍ଲାର ଭେରାଭାଲ ବନ୍ଦରରେ ବିଳମ୍ବିତ ରାତିରେ ଚଢାଉ କରି ଫିସିଂ ବୋଟରେ ଲୁଚାଇ ଅଣାଯାଇଥିବା 50 କିଲୋଗ୍ରାମ ହେରୋଇନ ଜବତ କରିଛି । ଏହି ମାମଲାରେ 9ଜଣଙ୍କୁ ଗିରଫ କରାଯାଇଛି । ବଜାରରେ ଏହାର ମୂଲ୍ୟ ଆନୁମାନିକ 350 କୋଟି ଟଙ୍କା ।
ଗିର ସୋମନାଥରେ ପୋଲିସ ଅଧିକାରୀ କହିଛନ୍ତି ଯେ, ଡ୍ରଗ୍ସ ବିରୁଦ୍ଧରେ ଚଲାଯାଇଥିବା ଅଭିଯାନରେ ସଫଳତା ମିଳିଛି । ପୋଲିସ ଜବତ କରିଥିବା ମାଦକ ଦ୍ରବ୍ୟର ପରୀକ୍ଷଣ ପାଇଁ ଲ୍ୟାବକୁ ପଠାଯାଇଛି । ବୋଟରେ ଥିବା 9ଜଣଙ୍କୁ ପୋଲିସ ଗିରଫ କରିଛି ।

Show More

Related Articles

Back to top button