Breaking PLUSଦେଶ ବିଦେଶମୁଖ୍ୟ ଖବର

ଚୀନରେ ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ, 15 ମୃତ

ବେଜିଂ,24 ଫେବୃୟାରୀ – ଚୀନର ଜିୟାଂଗ୍ସୁ ଅଂଚଳର ରାଜଧାନୀ ନାନଜିଙ୍ଗରେ ଏକ ଆବାସୀୟ ବିଲ୍ଡିଂରେ ନିଆଁ ଲାଗିବା କାରଣରୁ 15ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 44ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଆହତ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚୀନର ସରକାରୀ ସମାଚାର ପତ୍ର ଗ୍ଲୋବାଲ ଟାଇମ୍ସ ଘଟଣାର ବିବରଣୀ ଦେଇ ପ୍ରାନ୍ତୀୟ ଅଧିକାରୀଙ୍କ ଅନୁସାରେ ନିଆଁ ଲାଗିବାର କାରଣ ଖୋଜିବା ପାଇଁ ଟିମ୍ ଗଠନ ହୋଇଛି ।
ଗ୍ଲୋବାଲ ଟାଇମ୍ସ ଅନୁସାରେ, ଏହି ଆବାସୀୟ କୋଠାରେ ଶୁକ୍ରବାର ଭୋର 4.39 ବେଳେ ନିଆଁ ଲାଗିଥିଲା । ପ୍ରାରମ୍ଭିକ ତଦନ୍ତରେ ବିଲ୍ଡିଂରେ ଥିବା ଇଲେକ୍ଟ୍ରିକ ସାଇକେଲ କାରଣରୁ ନିଆଁ ଲାଗିଥିବା ଜଣାପଡିଛି । ଏହି ବିଲ୍ଡିରେ 8 ମିଲିୟନରୁ ଅଧିକ ଲୋକସଂଖ୍ୟା ବିଶିଷ୍ଟ ସହର ନାନଜିଙ୍ଗର ୟୁହୁତାଇ ଜିଲ୍ଲାରେ ହୋଇଛି ।

Show More

Related Articles

Back to top button