ଓଡ଼ିଶା

୧୧ରେ ଲଘୁଚାପ

 ଆସନ୍ତା ୪ ଦିନ ଯାଏଁ ଏହି ସବୁ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା

ରାଜ୍ୟରେ ଏବେ ବି ବଡ଼ ବର୍ଷା ସମ୍ଭାବନା କମ୍‌ । ଆସନ୍ତା ୪ ଦିନ ଭିତରେ ମୁଖ୍ୟତଃ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ଅଛି । ପାଣିପାଗ ବିଭାଗ କହିଛି, ଶନିବାର ଉପକୂଳ ଓଡ଼ିଶାର ଅନେକ ସ୍ଥାନ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରିର ଅଳ୍ପ କେତେକ ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ତେବେ ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ାରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷିପାରେ । ଅନେକ ଜାଗାରେ ଘଡ଼ଘଡ଼ି ସହ ଅସରାଏ ଲେଖାଏଁ ବର୍ଷା ହୋଇପାରେ ।୧୧ ତାରିଖରେ ଲଘୁଚାପ ସମ୍ଭାବନା ରହିଛି ।

ତଥାପି ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା କମ୍‌ । ଲଗାଣ କିମ୍ବା ବଡ଼ ବର୍ଷା ସମ୍ଭାବନା ବି କମ୍‌ ରହିଛି । ଅନୁମାନ କରାଯାଉଛି, ୧୧ ତାରିଖରେ ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତିରେ ପ୍ରବଳ ବର୍ଷା ହୋଇପାରେ । ୧୨ ତାରିଖରେ ପୁରୀ, ଗଞ୍ଜାମ, କନ୍ଧମାଳ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଆଶଙ୍କା ଅଛି ।୧୩ ତାରିଖରେ ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ହୋଇପାରେ । ରାଜ୍ୟର ବାକି ଅଞ୍ଚଳରେ ବଡ଼ ବର୍ଷା କିମ୍ବା ଲଗାଣ ବର୍ଷା ସମ୍ଭାବନା ଦେଖାଯାଉନି । ଶୁକ୍ରବାର ନୟାଗଡ଼, ଭୁବନେଶ୍ୱର, ହୀରାକୁଦ, ସମ୍ବଲପୁର, ବାରିପଦାରେ ଅସରାଏ ଲେଖାଏଁ ଘଡ଼ଘଡ଼ି ସହ ବର୍ଷା ହୋଇଛି ।

Show More

Related Articles

Back to top button