ଓଡ଼ିଶାମୁଖ୍ୟ ଖବର

ଟିକା ଅଭାବ, ଆଜି ୧୦ ଜିଲ୍ଲାରେ ଟିକାକରଣ ବନ୍ଦ

ଆଜି ୧୦ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ । ଟିକା ଅଭାବ ପାଇଁ ଏହି ଜିଲ୍ଲାଗୁଡିକରେ ଟିକାକରଣ ବନ୍ଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି ।

ବାଲେଶ୍ୱର, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ନୟାଗଡ, ନୂଆପଡା ଓ ସୋନପୁରରେ ଟିକାକରଣ ବନ୍ଦ ରହିବ ।ତେବେ ରାଜ୍ୟରେ ଏବେ ମାତ୍ର ୫୯ହଜାର ୯୨୦ ଡୋଜ୍ କୋଭିସିଲ୍ ଡ ଟିକା ମହଜୁଦ ରହିଛି ।

ରାଜ୍ୟକୁ ଏକ ଲକ୍ଷ ଡୋଜ୍ ରୁ ଅଧିକ କୋଭାକ୍ସିନ୍ ଆସି ପହଞ୍ଚିଛି। ଏବେ ରାଜ୍ୟରେ ୩ଲକ୍ଷ ୯୩ହଜାର କୋଭାକ୍ସିନ୍ ଷ୍ଟକ୍ ରହିଛି । ଜୁଲାଇ ମାସର କୋଟା ଅନୁସାରେ ରାଜ୍ୟକୁ ୨୫ ଲକ୍ଷ ୩୧ ହଜାର ୮୦୦ ଡୋଜ୍ କୋଭିସିଲ୍ଡ ଏବଂ ୫ ଲକ୍ଷ ୧୯ ହଜାର ୧୧୦ ଡୋଜ୍ କୋଭକ୍ସିନ୍ ଟିକା ମିଳିବ ।

Show More

Related Articles

Back to top button