Breaking PLUSଓଡ଼ିଶାମୁଖ୍ୟ ଖବର

20ରୁ ମାଟ୍ରିକ ପରୀକ୍ଷା

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଆସନ୍ତା ୨୦ରୁ ଆରମ୍ଭ ହେବ। ଚଳିତବର୍ଷ ପ୍ରଥମ ଥର ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ପର୍ଯ୍ୟବେକ୍ଷକ ନିଯୁକ୍ତ ହେବେ। ପ୍ରଶ୍ନପତ୍ର ଆସିବାଠାରୁ ଉତ୍ତର ଖାତା ଯିବା ପର୍ଯ୍ୟନ୍ତ ସେମାନେ ସମସ୍ତ କାର୍ଯ୍ୟ ତଦାରଖ କରିବେ। ଏହି ଦାୟିତ୍ୱ ବିଇଓ, ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଦିଆଯିବ। ନକଲ (କପି) ରୋକିବା ଲାଗି ବୋର୍ଡ ପକ୍ଷରୁ ଏପରି ପ୍ରୟାସ କରାଯାଇଛି। ଏଥିସହ ପରୀକ୍ଷାର୍ଥୀମାନେ ଧାର୍ଯ୍ୟ ସମୟର ଦେଢ଼ ଘଣ୍ଟା ପୂର୍ବରୁ କେନ୍ଦ୍ରକୁ ପ୍ରବେଶ କରିବେ । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ୭ଟା୩୦ରୁ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀଙ୍କୁ ଛଡ଼ାଯିବ। ୮ଟା ୧୫ ମିନିଟ୍ ପରେ ଆଉ କାହାକୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଅନୁମତି ମିଳିବ ନାହିଁ। କେନ୍ଦ୍ର ଅଧୀକ୍ଷକଙ୍କ ବ୍ୟତୀତ ପରୀକ୍ଷା ସମୟରେ ଅନ୍ୟ କେହି ବି ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ନେଇପାରିବେ ନାହିଁ ବୋଲି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି କହିଛନ୍ତି।
କେନ୍ଦ୍ରକୁ ଦେଢ଼ ଘଣ୍ଟା ପୂର୍ବରୁ ପ୍ରବେଶ ଦ୍ୱାରା ପରୀକ୍ଷାର୍ଥୀଙ୍କୁ ନିଜ ସ୍ଥାନରେ ବସି ପରୀକ୍ଷା ଦେବାକୁ ମାନସିକଭାବେ ପ୍ରସ୍ତୁତି ହୋଇପାରିବେ। ପ୍ରକାଶ ଯେ, ଚଳିତବର୍ଷ ୫,୫୧,୬୧୧ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ଫମର୍ର୍ ପୂରଣ କରିଛନ୍ତି। ବୋର୍ଡ ପକ୍ଷରୁ ୩୦୭୩ଟି ପରୀକ୍ଷା କେନ୍ଦ୍ର ଏବଂ ଦୁର୍ଗମ ଅଞ୍ଚଳର ୨୧ଟି ଥାନାକୁ ନୋଡାଲ୍ ସେଣ୍ଟର କରାଯାଇଛି। ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ ୧୬ରୁ ଖାତାଦେଖା ଆରମ୍ଭ ହେବ। ମାର୍ଚ୍ଚ ୩୦ ସୁଦ୍ଧା ଖାତା ଦେଖା ସରିବା ନେଇ ବୋର୍ଡ ପକ୍ଷରୁ କାର୍ଯ୍ୟଖସଡା ପ୍ରସ୍ତୁତ କରାଯାଇଥିବା ଉପସଭାପତି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

Show More

Related Articles

Back to top button