Breaking PLUSଓଡ଼ିଶାମୁଖ୍ୟ ଖବର

ନୂଆପଡାରେ ମାଓ ତାଣ୍ଡବ

ଜାଳିଦେଲେ ବିଟ୍ ହାଉସ ଓ ଜେସିବି

ନୂଆପଡ଼ା: ନୂଆପଡ଼ାରେ ପୁଣି ମାଓ ତାଣ୍ଡବ। ସଦର ଥାନା ଅନ୍ତର୍ଗତ ଗୋଳାବନ୍ଧ ନାକାପଡ଼ାରେ ବୋମାମାଡ଼ କରି ବିଟ୍ ହାଉସ୍ ଓ ଜେସିବି ମେସିନ୍ ଜାଳି ଦେଲେ ମାଓବାଦୀ।
ଗତକାଲି ବିଳମ୍ବିତ ରାତିରେ ୧୫ରୁ ୨୦ ଜଣ ସଶସ୍ତ୍ର ମାଓବାଦୀ କେରମେରି ପଞ୍ଚାୟତର ଗୋଳାବନ୍ଧ ନାକାପଡ଼ାରେ ବିଟ୍ ହାଉସ ଉପରକୁ ବୋମାମାଡ଼ କରିଥିଲେ। ଏହାଫଳରେ ବିଟ୍ ହାଉସ୍ ସଂପୂର୍ଣ୍ଣ ଜଳିଯାଇଥିଲା। ଏହାପରେ ସେ‌ମାନେ ଜେସିବି ମେସିନ୍ ଜାଳି ଦେଇଥିଲେ। ତାପରେ ମାଓବାଦୀମାନେ ଲାଲେଶ୍ବର ପାଣ୍ଡେଙ୍କ ଘରେ ସରକାର ବିରୋଧୀ ୮ଟି ଲାଲ୍ ବ୍ୟାନର୍ ଲଗାଇ ଚାଲିଯାଇଥିଲେ।

Show More

Related Articles

Back to top button