Breaking PLUSଓଡ଼ିଶାମୁଖ୍ୟ ଖବର

ଖୋର୍ଦ୍ଧାରୁ 30ଲକ୍ଷରୁ ବ୍ରାଉନସୁଗର ଜବତ

ଦୁଇ ଗିରଫ, ଜଣେ ପଶ୍ଚିମବଙ୍ଗର ହୋଇଥିବା ସୂଚନା

() ଖୋର୍ଦ୍ଧାରୁ ଆଜି ୩୦ ଲକ୍ଷଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ଏହି ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗର ହୋଇଥିବ ସୂଚନା ମିଳିଛି ।

ସୂଚନାନୁସାରେ ଗତକାଲି ସକାଳେ ଖୋର୍ଦ୍ଧାର ଗୁରୁଜଙ୍ଗ ପୁରୁଣା ଗିନି କାରଖାନା ନିକଟରେ ଏକ ବଡ଼ଧରଣର ବ୍ରାଉନସୁଗାର କାରବାର ହେଉଥିବା ସୂଚନା ମିଳିଥିଲା। ସୂଚନା ଆଧାରରେ ପୁଲିସର ଏକ ଟିମ ସେଠାରେ ଚଢ଼ଉ କରି ପୁରୀ ପିପିଲି ଧାନଗହିର-ବଡ଼ମସଜିଦ ସାହିର ମହମ୍ମଦ ରହିମ ଓ ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ମଲ୍ଲିପୁରର ଆସିଫ ଖାଁକୁ ଧରିଥିଲା। ସେମାନଙ୍କୁ ନିକଟରୁ ୩୧୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା।

ଉଭୟେ ଖୋର୍ଦ୍ଧାର ଅନ୍ୟ ୪ ଜଣଙ୍କୁ ଏହା ବିକ୍ରି କରିବାକୁ ଆଣିଥିଲେ। ପୁଲିସ ଅନ୍ୟ ୪ ଜଣଙ୍କୁ ମଧ୍ୟ ଧରି ପଚରାଉଚୁରା ଚଳାଇଛି।

Show More

Related Articles

Back to top button