ଓଡ଼ିଶା

ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଲେ ମନିକା ବାତ୍ରା

ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଲେ ଭାରତର ଷ୍ଟାର ମହିଳା ଟେବୁଲ ଟେନିସ ଖେଳାଳି ମନିକା ବାତ୍ରା । ଆଜି ସେ ପ୍ରଥମ ଭାରତୀୟ ମହିଳା ଭାବେ ଆଇଟିଟିଏଫ-ଏଟିଟିୟୁ ଏସିଆନ କପ ଟୁର୍ଣ୍ଣାମେଣ୍ଟରେ ଏହି ପଦକ ହାସଲ କରିଛନ୍ତି । ଏପରି କୀର୍ତ୍ତିମାନ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ମହିଳା ।

ବିଶ୍ୱର ୬ନଂ ସ୍ଥାନରେ ଥିବା ଏସିଆନ ଚାମ୍ପିୟନ ହିନା ହାୟାତାଙ୍କୁ ୪-୨ ସେଟ୍‌ରେ ପରାସ୍ତ କରି ଏପରି ସଫଳତା ହାସଲ କରିଛନ୍ତି ମନିକା ବାତ୍ରା। ସେ ୧୧-୬, ୬-୧୧, ୧୧-୭, ୧୨-୧୦, ୪-୧୧ ଓ ୧୧-୨ରେ ହାୟାତାଙ୍କୁ ମାତ ଦେଇ ଭାରତ ପାଇଁ ଇତିହାସ ରଚିଛନ୍ତି ।

ବ୍ୟାଙ୍କକରେ ଚାଲିଥିବା ଏସିଆନ କପ ୨୦୨୨ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ମନିବା ବିଶ୍ୱ ରାଙ୍କିଙ୍ଗର ୭ନଂ ଖେଳାଳି ଚାଇନାର ଚେନ ଜିଙ୍ଗଟଙ୍ଗକୁ ହରାଇ ନିଜର ବିଜୟ ଅଭିଯାନ ଆରମ୍ଭ କରିଥିଲେ। ଏହାପରେ ସେ ୪ର୍ଥ ସିଡ୍‌ ଟିଟି ଖେଳାଳିଙ୍କୁ ୪-୩ରେ ହରାଇଥିଲେ। କ୍ୱାର୍ଟର ଫାଇନାଲରେ ତାଙ୍କର ମୁକାବିଲା ତାଇୱାନର ଚେନ ସୁଜ-ୟୁଙ୍କ ସହ ହୋଇଥିଲା। ଏହି ମ୍ୟାଚ୍‌କୁ ସେ ୪-୩ ସେଟ୍‌ରେ ଜିତି ସେମି ଟିକେଟ ହାତେଇ ଥିଲେ।

Show More

Related Articles

Back to top button