ଓଡ଼ିଶା

ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ କନ୍ଦମୂଳ

ଶୀତଦିନେ ବଜାରରେ କନ୍ଦମୂଳ ବହୁଳ ମାତ୍ରାରେ ବିକ୍ରି ହେଉଥିବାର ଦେଖିବାକୁ ମିଳିଥାଏ ।କନ୍ଦମୂଳରେ ପୋଷକ ତତ୍ତ୍ୱ ଭରପୂର ରହିଥାଏ । ଏଥିରେ ବହୁ ମାତ୍ରାରେ ଫାଇବର, ପ୍ରୋଟିନ୍‌, ପୋଟାସିୟମ୍‌, ଆଇରନ୍‌ ଓ ଭିଟାମିନ୍‌ ସି ମଧ୍ୟ ରହିଥାଏ ।

କନ୍ଦମୂଳ ଖାଇବାକୁ ସ୍ୱାଦିଷ୍ଟ ହୋଇଥିଲାବେଳେ ଶରୀର ପାଇଁ ମଧ୍ୟ ସ୍ୱାସ୍ଥ୍ୟକର । ଶୀତରେ ଶରୀରକୁ ହାଲ୍‌କା ଉଷୁମର ଆବଶ୍ୟକତା ରହିଥାଏ । କନ୍ଦମୂଳ ଶରୀରକୁ ଉଷୁମ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।

ତେବେ ଆସନ୍ତୁ ଜାଣିବା ଶରୀର ପାଇଁ କିପରି ସହାୟକ ହୋଇଥାଏ କନ୍ଦମୂଳ

ପାଚନ ତନ୍ତ୍ରକୁ ସୁସ୍ଥ କରେ

କନ୍ଦମୂଳ ଫାଇବରରେ ଭରା, ଯାହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ । କନ୍ଦମୂଳ ଚାଟ୍‌ ଖାଇବା ଦ୍ୱାରା ଗ୍ୟାସ୍‌ ଏବଂ କବ୍ଚ ସମସ୍ୟା ହୋଇ ନଥାଏ।

ରୋଗ ପ୍ରତିରୋଧକ ଶକ୍ତି ବଢାଏ

କନ୍ଦମୂଳ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ଶରୀରର ଥକ୍କାପଣ ଓ ଦୁର୍ବଳତା କମ୍‌ ହୋଇଥାଏ । ଏଥିରେ ଥିବା ଭିଟାମିନ୍‌-ସି ଶରୀରକୁ ଦୀର୍ଘ ସମୟ ଯାଏ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ଆଖିକୁ ସୁସ୍ଥ ରଖେ

କନ୍ଦମୂଳ ଖାଇବା ଦ୍ୱାରା ଆଖି ଦୀର୍ଘ ଦିନଯାଏ ସୁସ୍ଥ ରହିଥାଏ । ଏଥିରେ ଥିବା ଭିଟା-କ୍ୟାରେଟିନ୍‌ ଆଖିକୁ ଦୀର୍ଘଦିନ ଯାଏ ସୁସ୍ଥ ରଖିଥାଏ । ସେହିପରି ଏହାକୁ ଖାଇବା ଦ୍ୱାରା ଆଖି ଜନିତ ସମସ୍ତ ସମସ୍ୟା ଆପେ ଆପେ ଦୂର ହୋଇଯାଇଥାଏ ।

ହୃଦୟକୁ ସୁସ୍ଥ କରେ

ଏଥିରେ ଥିବା ପୋଟାସିୟମ୍‌ ହୃଦୟକୁ ସୁସ୍ଥ ରଖିବା ସହ ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ । ଏହା ହାଟ୍‌ ଷ୍ଟ୍ରୋକ୍‌ ଓ ଉଚ୍ଚ ରକ୍ତଚାପର ଆଶଙ୍କାକୁ କମ୍‌ କରିଥାଏ ।

ଓଜନ କମାଏ

ଏଥିରେ ଥିବା ଫାଇବର ପେଟକୁ ଭରା ରଖିଥାଏ, ଫଳରେ ଭୋକ କମ୍‌ ଲାଗିଥାଏ । ଭୋକ ନିୟନ୍ତ୍ରିତ ହେବା ଫଳରେ ଓଜନ ବଢି ନଥାଏ । ଏଥିରେ ଖୁବ୍‌ କମ୍‌ କ୍ୟାଲୋରୀ ରହିଥାଏ । ତେଣୁ ଓଜନ ବଢିବାର ସମ୍ଭାବନା କମ୍‌ ରହିଥାଏ

Show More

Related Articles

Back to top button