ଓଡ଼ିଶା

ସୁନ୍ଦରଗଡ଼ ୧୪୩ ନମ୍ୱର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୂର୍ଘଟଣା

ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଟ୍ରକ୍‌ରେ ପିଟିହେଲା ଟମାଟୋ ବୋଝେଇ ପିକ୍‌ଅପ୍‌। ଏଭଳି ମର୍ମନ୍ତୁଦ ଦୂର୍ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଦେଇ ଯାଇଥିବା ୧୪୩ ନମ୍ୱର ଜାତୀୟ ରାଜପଥରେ । ଘଟଣାରେ ପିକ୍‌ଅପ୍‌ ହେଲ୍‌ପରଙ୍କ ମୃତ୍ୟୁ ହୋଇଥିବାବେଳେ ଚାଳକ ଜଣକ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ଚାନ୍ଦିପୋଷ ଥାନା ପୁଲିସ ଗାଡ଼ି ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ଅନୁଯାୟୀ, ୧୪୩ ନମ୍ୱର ଜାତୀୟ ରାଜପଥର ବିରତୋଲା ବଜାର ନିକଟସ୍ଥ ରାସ୍ତା ପାର୍ଶ୍ୱରେ ଗୋଟିଏ ଟ୍ରକ୍‌ ଛିଡ଼ା ହୋଇଥିଲା। ଏହି ସମୟରେ ରାଉରକେଲ୍‌ରୁ ଖୁଣ୍ଟଗାଁ ବଜାର ଅଭିମୁଖେ ଟମାଟ ବୋଝେଇ କରି ଯାଉଥିବା ଏକ ପିକ୍‌ଅପ୍‌, ଟ୍ରକ୍‌ ପଛରେ ପିଟି ହୋଇଯାଇଥିଲା। ଫଳରେ ପିକ୍‌ଅପ୍‌ ଭ୍ୟାନ୍‌ ଡ୍ରାଇଭର ଏବଂ ଚାଳକଙ୍କୁସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବଣାଇ ଉପଖଣ୍ଡ ଚିକିତ୍ସାଲୟରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରାଉଲକେଲା ସ୍ଥାନାନ୍ତରିତ କରାଯାଇଛି। ଶେଷ ଖବର ସୁଦ୍ଧା ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୋଲେରାମ ମୁଣ୍ଡାଙ୍କ ମୃତ୍ୟୁ ଘଟିଥିବା ବେଳେ ରୋଶନ ଅଲ୍ଲୀ ଏବେବି ସେଠାରେ ଚିକିତ୍ସିତ ହେଉଛନ୍ତି।

 

 

Show More

Related Articles

Back to top button