Breaking PLUSଦେଶମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀ ଯୋଗୀ ଓ ରାମମନ୍ଦିରକୁ ଉଡାଇବାକୁ ଧମକ ଦେଇ ଅଭିଯୁକ୍ତ ଗିରଫ

ଲକ୍ଷ୍ନୌ, 4 ଜାନୁୟାରୀ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଶ୍ରୀରାମ ମନ୍ଦିରକୁ ଉଡାଇବାକୁ ଧମକ ଦେଇ ଅଭିଯୁକ୍ତ ଗିରଫ । ଉତ୍ତର ପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ବୁଧବାର ଦୁଇ ଅଭିଯୁକ୍ତଙ୍କୁ ରାଜଧାନୀ ଲକ୍ଷ୍ନୌର ବିଭୂତିଖଣ୍ଡ ଥାନା ଅଞ୍ଚଳରୁ ଧରିବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ମୁଖ୍ୟ ଷଡଯନ୍ତ୍ରକାରୀକୁ ଧରିବା ପାଇଁ ପୋଲିସ ଛାନଭିନ ଜୋରଦାର କରିଛି ।
ଏଠାରେ ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଶ୍ରୀରାମ ମନ୍ଦିର, ଏସଟିଏଫ ଏଡିଜିଙ୍କୁ ବୋମାରେ ଉଡାଇବାକୁ ଧମକ ମିଳିଥିଲା । ଧମକ ମିଳିବା ପରେ ଏସଟିଏଫ ଟିମ୍ ତଦନ୍ତ ଆରମ୍ଭ କରି ଧମକ ଦେଇଥିବା ଅଭଯୁକ୍ତକୁ ଗିରଫ କରିଛି ।

Show More

Related Articles

Back to top button