Breaking PLUSଦେଶମୁଖ୍ୟ ଖବର

ଦେଶରେ 24ଘଣ୍ଟାରେ 760 ନୂଆ ମାମଲା, 2ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, 4 ଜାନୁୟାରୀ – ଦେଶରେ କରୋନାର ନୂଆ ମାମଲା ବଢିବାରେ ଲାଗିଛି । ଗତ 24ଘଣ୍ଟାରେ ଦେଶରେ 760 କୋରୋନର ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି 2ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି ସୂଚନା ମୁତାବକ ଦେଶରେ କରୋନାର ଆକ୍ଟିଭ ମାମଲା ସଂଖ୍ୟା 4,423 ଛୁଇଁଛି । ଗତ 24 ଘଣ୍ଟାରେ 775ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।
କରୋନାର ସର୍ବାଧିକ ମାମଲା କେରଳ, କର୍ଣ୍ଣାଟକରୁ ଆସିଛି । ଏହି ଦୁଇ ରାଜ୍ୟରୁ ଜଣେ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । କରୋନାର ନୂଆ ଭାରିଆଣ୍ଟ ଜେଏନ.1 ମାମଲାର ପ୍ରାୟ 511ଟି ଚିହ୍ନଟ ହୋଇଛି ।

Show More

Related Articles

Back to top button