Breaking PLUSଦେଶମୁଖ୍ୟ ଖବର

ଦିଲ୍ଲୀ ଏମ୍ସରେ ଲାଗିଲା ନିଆଁ

ନୂଆଦିଲ୍ଲୀ, 4 ଜାନୁୟାରୀ – ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ହୋଇଛି । ତେବେ ନିଆଁ ଲାଗିବା ପରେ ଏହାକୁ ତୁରନ୍ତ ନିୟନ୍ତ୍ରଣ କରାଯାଇଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ ।
ଏମ୍ସର ମିଡିଆ ସେଲ୍‌ର ଅଧିକାରୀ ଡକ୍ଟର ରିମା ଦାଦା ଏକ ବୟାନରେ କହିଛନ୍ତି ଯେ, ଭୋର 5.25 ମିନିଟ ସମୟରେ ପ୍ରଜନନ ଜୀବ ବିଜ୍ଞାନ ବିଭାଗର ଦ୍ୱିତୀୟ ତଳ, ରୁମ୍ ନମ୍ବର 2090ରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଥିଲା । ଫ୍ରିଜରେ ସର୍ଟସର୍କିଟ ହୋଇଥିବା ଜଣାପଡିବା ପରେ ସୁରକ୍ଷା ଏବଂ ଅଗ୍ନିଶମ ନିୟନ୍ତ୍ରଣ କକ୍ଷକୁ ଅବଗତ କରାଯାଇଥିଲା । ଅଗ୍ନିଶମ ବାହିନୀକୁ ଆଲର୍ଟ କରାଯାଇଛି । ଦିଲ୍ଲୀ ଅଗ୍ନିଶମ ସେବାର ସୁରକ୍ଷା ନିୟନ୍ତ୍ରଣ କକ୍ଷକୁ ସୂଚିତ କରାଯାଇଥିଲା । ଏମ୍ସ ଅଗ୍ନିଶମ ଅଧିକାରୀ ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ । କେହି ମୃତାହତ ହୋଇଥିବାର କିମ୍ବା କ୍ଷୟକ୍ଷତି ନେଇ କୌଣସି ସୂଚନା ନାହିଁ ।

Show More

Related Articles

Back to top button