Breaking PLUSଦେଶମୁଖ୍ୟ ଖବରରାଜନୀତି

ୟୁପି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, 4 ଜାନୁୟାରୀ – ଆଜି ଲକ୍ଷ୍ନୌରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆଜି ଲକ୍ଷ୍ନୌରେ ମାନନୀୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ସାକ୍ଷାତ ହୋଇଛି । ନୂଆ ଜାତୀୟ ଶିକ୍ଷା ନୀତିର ଅକ୍ଷରଶଃ କ୍ରିୟାନ୍ୱୟନରେ ଉତ୍ତର ପ୍ରଦେଶର ଅଗ୍ରୀଣୀ ଭୂମିକା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛି । ରାଜ୍ୟରେ ପିଏମ-ଶ୍ରୀ ବିଦ୍ୟାଳୟର ଶୁଭାରମ୍ଭ ଯୋଗୁ ସ୍କୁଲ ଶିକ୍ଷାରେ ନୂଆ କ୍ରାନ୍ତି ଆଣିବ । ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା, ଶିକ୍ଷକ ଓ ଶିକ୍ଷଣ ସଂସ୍ଥାନକୁ ଦକ୍ଷତା ବୃଦ୍ଧି, ଶୋଧକୁ ବୃଦ୍ଧି କରିବା ଏବଂ ୟୁପିକୁ ଜ୍ଞାନ ଆଧାରିତ ଅର୍ଥବ୍ୟବସ୍ଥାର ନେତୃତ୍ୱକର୍ତ୍ତା ଭାବେ ସ୍ଥାପିତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା ହୋଇଛି ।

Show More

Related Articles

Back to top button