Breaking PLUSଦେଶମୁଖ୍ୟ ଖବର

କୁଲଗାମରେ ସୁରକ୍ଷାକର୍ମୀ- ଆତଙ୍କବାଦୀ ଗୁଳି ବିନିମୟ

କୁଲଗାମ, 4 ଜାନୁୟାରୀ – କୁଲଗାମ ଜିଲ୍ଲାର ହାଦିଗାମ ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁରୁବାର ଗୁଳି ବିନିମୟ ଆରମ୍ଭ ହୋଇଛି ।
କୁଲଗାମ ଜିଲ୍ଲାର ହାଦିଗାମ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚିରହିଥିବା ନେଇ ସୁରକ୍ଷାବଳଙ୍କୁ ସୂଚନା ମିଳିଥିଲା । ସୂଚନା ମିଳିବା ପରେ ପୋଲିସ, ସେନା ଓ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳର ଯବାନମାନେ ମିଳିତ ତଲାସୀ ଅଭିଯାନ ଆରମ୍ଭ କରିଥିଲେ । ତଲାସୀ ଅଭିଯାନ ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଗୁଳି ଚଳାଇଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।

Show More

Related Articles

Back to top button