Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଇନ୍ଦୋର ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ରୋଗୀଙ୍କୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର

ଇନ୍ଦୋର-ଇନ୍ଦୋର ସହରର ଏଲଆଇଜି ଛକରେ ଥିବା କେୟାର ସିଏଚଏଲ ହସ୍ପିଟାଲରେ ବୁଧବାର ରାତିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ହସ୍ପିଟାଲର ପ୍ରଥମ ମହଲାରେ ଥିବା କାର୍ଡିଓ ଆଇସିୟୁରେ ଗତକାଲି ରାତି ସାଢେ 9ଟା ବେଳେ ନିଆଁ ଲାଗି ପୂରା ବିଲ୍ଡିଂ ଧୂଆଁମୟ ହୋଇଯାଇଥିଲା । ୱାର୍ଡଗୁଡିକରେ ଧୂଆଁ ଭର୍ତ୍ତି ହେବା ଯୋଗୁ ଶ୍ୱାସକ୍ରିୟାରେ ଲୋକଙ୍କୁ ସମସ୍ୟା ହୋଇଥିଲା । ନିଆଁ ଲାଗିବା ଯୋଗୁ ରୋଗୀ ଓ ସେମାନଙ୍କର ସମ୍ପର୍କୟ ଭୟଭୀତ ହୋଇପଡିଥିଲେ । ଏହାପରେ ହସ୍ପିଟାଲ କର୍ତ୍ତୃପକ୍ଷ ଫାୟାର ବ୍ରିଗେଡକୁ ସୂଚନା ଦେବା ସହ ରୋଗୀଙ୍କୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରିଥିଲେ । ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Show More

Related Articles

Back to top button