Breaking PLUSଦେଶମୁଖ୍ୟ ଖବର

ବିହାରରେ ଟ୍ରେନ ଦୁର୍ଘଟଣା, 5ମୃତ, 70ରୁ ଅଧିକ ଆହତ

ପାଟଣା- ବିହାର ବକ୍ସର ଜିଲ୍ଲାର ରଘୁନାଥପୁର ରେଲୱେ ଷ୍ଟେସନ ନିକଟରେ ବୁଧବାର ରାତି 9.35ରେ ଆନନ୍ଦବିହାରରୁ ଆସମର କାମାକ୍ଷା ଯାଉଥିବା ନର୍ଥ-ଇଷ୍ଟ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ପ୍ରାୟ 5ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ସେହିପରି 70ରୁ ଅଧିକ ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ପୋଲିସର ସୂଚନା ମୁତାବକ 5ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ 70ଜଣ ଆହତ ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ପାଖାପାଖି ଶହେଜଣ ଯାତ୍ରୀ ଆହତ ହୋଇଛନ୍ତି । ଅନ୍ୟପଟେ ଦୁର୍ଘଟଣାଗ୍ରସ୍ତ ଟ୍ରେନର ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ନିମନ୍ତେ ବିକଳ୍ପ ବ୍ୟବସ୍ଥା କରାଯାଇଛି ।
ଦୁର୍ଘଟଣାସ୍ଥଳରେ ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଦୁର୍ଘଟଣା ପରେ ଏହି ରୁଟରେ ଚାଲିଥିବାକୁ ଥିବା ସମସ୍ତ ଟ୍ରେନକୁ ଆଖପାଖ ଷ୍ଟେସନରେ ରୋକାଯାଇଛି । କିଛି ଟ୍ରେନର ରୁଟ୍ ଇଡାଇଭର୍ଟ କରାଯାଇଛି । ଅନ୍ୟପଟେ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

Show More

Related Articles

Back to top button