Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

ପିଥୌରାଗଡରେ ପହଞ୍ଚିଲେ ପିଏମ ମୋଦି

ଡେରାଡୁନ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ପିଥୌରାଗଡ ଗସ୍ତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରାୟ 4200 କୋଟି ଟଙ୍କା ବିଭିନ୍ନ ଯୋଜନାର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ପ୍ରଧାନମନ୍ତ୍ରୀ ଜାଗେଶ୍ୱର ଧାମ ଓ ପାର୍ବତୀ କୁଣ୍ଡରେ ପୂଜା କରିବା ସହ ଗୁଞ୍ଜି ଗାଓଁ ମଧ୍ୟ ଯିବେ । ସେଠାରେ ସେ ସେନା, ଆଇଟିବିପି ଓ ବିଆରଓ କର୍ମୀଙ୍କ ସହିତ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ ।
ପ୍ରଧାନମନ୍ତ୍ରୀ ସକାଳେ ପହଞ୍ଚିବା ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ତାଙ୍କର ସ୍ୱାଗତ କରିଥିଲେ । ଏହାପୂର୍ବରୁ ସକାଳେ ପିଏମ ମୋଦି ତାଙ୍କ ଗସ୍ତ ନେଇ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ଦେବଭୂମି ଉତ୍ତରାଖଣ୍ଡର ଜନ-ଧନର କଲ୍ୟାଣ ଓ ରାଜ୍ୟର ଦ୍ରୁତ ବିକାଶ ନିମନ୍ତେ ଆମ ସରକାର ପ୍ରତିବଦ୍ଧ ।

Show More

Related Articles

Back to top button