Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

ଉତ୍ତରାଖଣ୍ଡରେ ସାଧୁ ସନ୍ଥଙ୍କ ଠାରୁ ଆଶୀର୍ବାଦ ନେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ଋଷିକେଶ- ମଧ୍ୟପ୍ରଦେଶ ନିର୍ବାଚନ ତାରିଖ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ସପରିବାର ଉତ୍ତରାଖଣ୍ଡର ଋଷିକେଷ-ଯୋଗନଗରୀ ଗସ୍ତ କରିଛନ୍ତି । ଏଠାରେ ସେ ସନ୍ଥମାନଙ୍କ ଆଶୀର୍ବାଦ ନେବା ସହ ଗଙ୍ଗାନଦୀ କୂଳରେ ଏକାନ୍ତରେ ସାଧନା କରିଛନ୍ତି । ଏହାପରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଶୀର୍ବାଦରେ ମଧ୍ୟପ୍ରଦେଶରେ ପୂର୍ଣ୍ଣ ବହୁମତରେ ସରକାର ଗଠନ କରିବ ବିଜେପି । ସେ କହିଥିଲେ ଯେ, ଭାରତକୁ ଗୌରବଶାଳୀ ଓ ବୈଭବଶାଳୀ କରିବା ନିମନ୍ତେ ମହାଯଜ୍ଞ ଆରମ୍ଭ ହୋଇଯାଇଛି । ଯାହାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସଫଳ ହେବ । ମଧ୍ୟପ୍ରଦେଶରେ ବିଜେପି ପୂର୍ଣ୍ଣ ବହୁମତରେ ସରକାର ଗଠନ କରିବ, ଏହାର କୌଣସି ବିକଳ୍ପ ନାହିଁ । ବିଜେପିର କୋଟି କୋଟି କାର୍ଯ୍ୟକର୍ତ୍ତାଙ୍କ ତରଫରୁ ସେ ମଧ୍ୟପ୍ରଦେଶ ଲୋକଙ୍କ ସେବାରେ ଲାଗିରହିଛନ୍ତି ।

Show More

Related Articles

Back to top button