Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ପର୍ବତ ରାଣୀ ମସୁରୀକୁ ଉଡିବ ବିମାନ

ଡେରାଡୁନ- ପର୍ବତ ରାଣୀ ମସୁରୀ ଯାତ୍ରା ହେଲା ଆହୁରି ସରଳ । ଉତ୍ତରାଖଣ୍ଡ ଯାତ୍ରାକୁ ଆହୁରି ସରଳ କରିବା ପାଇଁ ବାୟୁସେନାର ବ୍ୟବହାର କରିହେବ । ଏବେ ହେଲିକପ୍ଟରରେ ପର୍ବତରାଣୀ ମସୁରୀକୁ ବୁଲିହେବ । ବୁଧବାର ଏନେଇ ଡିସିଏ ସଚିବ ସି.ରବିଶଙ୍କର ସଚିବାଳୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଡେରାଡୁନରୁ ମସୁରୀ ଯିବା ସହଜ ହେବ । ଉଡାଣ ଯୋଜନାରେ ଏବେ ଆପଣ ହେଲିକପ୍ଟରରେ ମସୁରୀ ବୁଲିପାରିବେ । ସେ କହିଛନ୍ତି ଯେ, ଉଡାଣ ଯୋଜନା ପାଇଁ ମସୁରୀରେ ଭୂମି ଚୟନ କରାଯାଉଛି । ଖୁବ ଶୀଘ୍ର କାର୍ଯ୍ୟ ଶେଷ ହେବ ଏବଂ ଏହି ସେବା ଆରମ୍ଭ ହେବ ବୋଲି ସେ କହିଛନ୍ତି ।

Show More

Related Articles

Back to top button