Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ଉଡାଇଦେବାକୁ ଧମକ ଦେଇ ଅଭିଯୁକ୍ତ ଗିରଫ

ଅହମଦାବାଦ-ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ଉଡାଇ ଦେବାର ଧମକ ଦେଇ ଅଭିଯୁକ୍ତ ଗିରଫ । ରାଜକୋଟରୁ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ଜଣକ ବିସିସିଆଇକୁ ମେଲ ଜରିଆରେ ଧମକ ଦେବା ସହ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇକୁ ଛାଡିବା ନିମନ୍ତେ ଦାବି କରିଥିଲା । ପୋଲିସ ଏହି ମାମଲାର ତଦନ୍ତ ନିମନ୍ତେ ସାଇବର ଏକ୍ସପର୍ଟଙ୍କ ସହାୟତା ନେଇଥିଲା । ଏବଂ ଇମେଲ ପଠାଇଥିବା ଭିଡିଓ ବ୍ଳଗର ରାଜକୋଟରେ ରହୁଥିବା ତଦନ୍ତ ବେଳେ ଜଣାପଡିଥିଲା । ତେବେ ତଦନ୍ତ ବେଳେ ଜଣାପଡିଛି ଯେ, ଅଭିଯୁକ୍ତ ଜଣକ କେବଳ ମଜା ଓ ସଉକ ପାଇଁ ଏଭଳି ଧମକପୂର୍ଣ୍ଣ ମେଲ ପଠାଇଥିଲା । ଅଭିଯୁକ୍ତ ନିକଟରୁ ଲାପଟପ୍ ସହ ଅନ୍ୟ କିଛି ସାମଗ୍ରୀ ଜବତ କରି ତଦନ୍ତ ଚଳାଇଛି ପୋଲିସ ।

Show More

Related Articles

Back to top button