Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଭାରତ-ପାକିସ୍ତାନ ମ୍ୟାଚ ପାଇଁ ନକଲି ଟିକେଟ ବିକି 4 ଗିରଫ

ଅହମଦାବାଦ- ଅକ୍ଟୋବର 14ରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ପାକିସ୍ତାନ ମଧ୍ୟ କ୍ରିକେଟ ମୁକାବିଲା ହେବ । ଏହାକୁ ନେଇ ସୁରକ୍ଷା ଏଜେନ୍ସି ପକ୍ଷରୁ ସତର୍କତା ବୃଦ୍ଧି କରାଯାଇଛି । ତେବେ ଏହାରି ଭିତରେ ଟିକେଟ କଳାବଜାରି ମାମଲା ସାମ୍ନାକୁ ଆସିଛି । ଅଭିଯୋଗ ପରେ ପୋଲିସ ଏହି ମାମଲାରେ 4ଜଣଙ୍କୁ ଗିରଫ କରିଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ଚଢାଉ କରାଯାଇ 108ଟି ନକଲି ଟିକେଟ ଜବତ କରାଯାଇଛି ।
ଅହମଦାବାଦର ବାଡକଦେବରେ ଥିବା କୃଷ୍ଣା ଜେରକ୍ସ ଦୋକାନରେ ୱାର୍ଲ୍ଡକପ୍ ଟିକେଟ ବେଆଇନ ଭାବେ ବିକ୍ରି ହେଉଥିବାର ଖବର କ୍ରାଇମବ୍ରାଞ୍ଚ ପାଇଥିଲା । ଏହାପରେ କ୍ରାଇମବ୍ରାଞ୍ଚ ଟିମ୍ ଚଢାଉ କରି ନକଲି ଟିକେଟ ଜବତ କରିଛି । ପ୍ରିଣ୍ଟ ହୋଇଥିବା ଟିକେଟର 25 ପୃଷ୍ଠା ଜବତ କରିଛି ପୋଲିସ । ଗୋଟିଏ ନକଲି ଟିକେଟକୁ 2ହଜାର ଟଙ୍କାରେ ବିକ୍ରି କରାଯାଉଥିଲା ।

Show More

Related Articles

Back to top button