Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ସିକ୍କିମରେ କ୍ଷୟକ୍ଷତି ଆକଳନ କଲା କେନ୍ଦ୍ରୀୟ ଟିମ୍

ଗ୍ୟାଙ୍ଗଟକ- କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟର ସଂଯୁକ୍ତ ସଚିବ ଅନନ୍ତ କିଶୋର ଶରଣଙ୍କ ନେତୃତ୍ୱରେ ଏକ ଟିମ୍ ସିକ୍କିମରେ ଦୁଇଦିନ ଧରି କ୍ଷୟକ୍ଷତିର ଆକଳନ କରିଛି । ଏହି ଟିମ୍ ତିସ୍ତା ନଦୀ ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ନିମନ୍ତେ ସିକ୍କିମ ଆସିଥିଲା ।
ରାଜ୍ୟର ମୁଖ୍ୟ ସଚିବ ଭିବି ପାଠକ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ କେନ୍ଦ୍ରୀୟ ଟିମକୁ ଅକ୍ଟୋବର 9 ତାରିଖରେ ହୋଇଥିବା ବନ୍ୟା କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇଥିଲେ । କେନ୍ଦ୍ରୀୟ ଟିମ୍ ପୂର୍ବ ସିକ୍କିମର ରଙ୍ଗପୋ, ସିଙ୍ଗତମ ଓ ଡିକଚୁର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ । ଅକ୍ଟୋବର 10ରେ କେନ୍ଦ୍ରୀୟ ଟିମ୍ ଆକାଶ ମାର୍ଗ ଓ ସ୍ଥଳଭାଗରେ ସ୍ଥିତି ନିରୀକ୍ଷଣ କରିଥିଲେ । ଏହି ଟିମ୍ କ୍ଷୟକ୍ଷତି ଆକଳନ କରି ସହାୟତା ପାଇଁ କେନ୍ଦ୍ରକୁ ରିପୋର୍ଟ ଦେବ । ଏହି ରିପୋର୍ଟ ଆଧାରରେ ସିକ୍କିମକୁ କେନ୍ଦ୍ରୀୟ ଅନୁଦାନ ପ୍ରଦାନ କରାଯିବ

Show More

Related Articles

Back to top button