Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଅମିତାଭ ବଚ୍ଚନଙ୍କ ଜନ୍ମଦିନ, ବିଗ ବିଙ୍କ ଦୀର୍ଘାୟୁ କାମନା କରି ପୂଜାର୍ଚ୍ଚନା

ବିକାନେର- ବଲିଉଡର ମହାନାୟକ ବିଗ ବି ଅମିତାଭ ବଚ୍ଚନଙ୍କ 81ତମ ଜନ୍ମଦିନ ଅବସରରେ ବୁଧବାର ଅମିତାଭଙ୍କ ଫ୍ୟାନ୍ସମାନେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଅମିତାଭ ବଚ୍ଚନ ଫ୍ୟାନ କ୍ଲବର ଅଧ୍ୟକ୍ଷ ଜସବିନ୍ଦରପାଲ ସିଂହ, ଅଶୋକ ପାୱାରଙ୍କ ଉଦ୍ୟମ କ୍ରମେ କ୍ଲବର ସଦସ୍ୟ ଦେବୀକୁଣ୍ଡ ସାଗର ସ୍ଥିତ ଡୁଙ୍ଗରେଶ୍ୱର ମହାଦେବ ମନ୍ଦିରରେ ଧାର୍ମିକ କାର୍ଯ୍ୟକ୍ରମ କରିଥିଲେ । ମନ୍ଦିରରେ 11 କିଲୋ ଦୁଧରେ ମହାଦେବଙ୍କ ଦୁଗ୍ଧାଭିଷେକ ଓ ଜଳାଭିଷେକ କରାଯାଇଥିଲା । ଏହାସହିତ ମିଠା ଭୋଗ କରାଯିବା ପରେ ଏହାକୁ ବଣ୍ଟାଯାଇଥିଲା । କ୍ଲବର ସଦସ୍ୟମାନେ ବିଗ ବିଙ୍କ ଉତ୍ତମ ସ୍ୱାସ୍ଥ୍ୟ, ନିରୋଗତା କାମନା କରିଥିଲେ ।

Show More

Related Articles

Back to top button