Breaking PLUSଦେଶମୁଖ୍ୟ ଖବରସଂସଦ

ଲୋକସଭାରେ ବିଲ ପାସ ହେବା ପରେ ବି ଆନ୍ଦୋଳନ ଜାରି ରହିବ: ରାକେଶ ଟିକାୟତ

ଆଜି ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିବସରେ ୩ ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ ବିଲ୍ ପାରିତ ହୋଇଛି । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାୟତ । ସେ କହିଛନ୍ତି କୃଷି ଆଇନ ପ୍ରତ୍ୟାହାର ବିଲ ପାରିତ ହେବା, ଆନ୍ଦୋଳନ ବେଳେ ଜୀବନ ହରାଇଥିବା ୭୫୦ଚାଷୀଙ୍କ ପାଇଁ ଏକ ଶ୍ରଦ୍ଧାଂଜଳି । ତେବେ ସର୍ବନିମ୍ନ ସହାୟକ ମୂଲ୍ୟ ସମେତ ଥିବା ଅନ୍ୟାନ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ।

ସଂସଦ ଶୀତ ଅଧିବେଶନର ପ୍ରଥମ ଦିନରେ ପାରିତ ହୋଇଛି କୃଷି ଆଇନ ପ୍ରତ୍ୟାହାର ବିଲ । ପୂର୍ବ ଘୋଷଣା ଅନୁଯାୟୀ ଏହାକୁ ଲୋକସଭାରେ ଆଗତ କରିଥିଲେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଚାଷୀମାନଙ୍କ ଦାବି ଆଗରେ ମୁଣ୍ଡ ନୁଆଇଁ କୃଷି ଆଇନ ପ୍ରତ୍ୟାହାର ବିଲ ଶୀତ ଅଧିବେଶନର ଆଣିବାକୁ ଘୋଷଣା କରିଥିଲେ ମୋଦୀ ସରକାର । ଏହାକୁ ଅଧ୍ୟାଦେଶ ଆକାରରେ ଅଣାଯାଇଥିବାବେଳେ ପ୍ରବଳ ବିରୋଧ କରିଥିଲେ ବିରୋଧୀ ଦଳ । କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଏହା ଉପରେ ଗୃହରେ ଆଲୋଚନା ପାଇଁ ଦାବି କରି ହଟ୍ଟଗୋଳ କରିଥିଲେ ।

ତଥାପି ବିରୋଧୀଙ୍କ ପାଟିତୁଣ୍ଡ ଭିତରେ ବାଚନିକ ଭୋଟରେ ବିଲ ଲୋକସଭାରେ ପାସ ହୋଇଛି । ଆଜି ସଂସଦର ଶୀତକାଳିନ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଆରମ୍ଭରୁ ହଙ୍ଗାମା କରିଥିଲେ ବିରୋଧୀ । ଫଳରେ ବାଚସ୍ପତି ଓମ ବିର୍ଲା ଲୋକସଭାକୁ ପ୍ରଥମେ ଦିନ ୧୨ଟା ଯାଏଁ ମୁଲତବି ରଖିଥିଲେ । ଏହାର କିଛି ସମୟ ପରେ ଉପସଭାପତି ଭେଙ୍କୟା ନାୟଡୁ ମଧ୍ୟ ରାଜ୍ୟସଭାକୁ ଘଂଟାକ ପାଇଁ ମୁଲତବି ରଖିଥିଲେ । କୃଷି ଆଇନ ପ୍ରତ୍ୟାହାର ଦାବି ନେଇ ବିଲ ଉପରେ ଆଲୋଚନା ଦାବି କରିଥିଲେ ବିରୋଧୀ ।

ଏହା ପରେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହକୁ ମୁଲତବି କରାଯାଇଥିଲା । ୧୨ଟାରେ ଗୃହକାର୍ଯ୍ୟ ପୁଣି ଆରମ୍ଭ ହୋଇ ବିରୋଧୀଙ୍କ ହଟ୍ଟଗୋଳ ଭିତରେ କୃଷି ଆଇନ ପ୍ରତ୍ୟାହାର ବିଲକୁ ଲୋକସଭାରେ ପାରିତ କରାଇ ନେଇଛନ୍ତି ସରକାର ।

Show More

Related Articles

Back to top button