ଅପରାଧଆଇନ କାନୁନଓଡ଼ିଶା

ବଜ୍ରକାପ୍ତା ଡିଲ୍ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

୨ ଗିରଫ

ବଲାଙ୍ଗୀର: ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ବଲାଙ୍ଗୀର ତୁଷୁରା ଥାନା ଅନ୍ତର୍ଗତ ଅଇଁଠାପାଲି ଗାଁରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଥିବାବେଳେ ୨ ଜଣ ଜଙ୍ଗଲୀ ତସ୍କରଙ୍କୁ ଗିରଫ କରିଛି ଏସଟିଏଫ୍ ଓ ବଲାଙ୍ଗୀର ବନ ବିଭାଗ । ଗିରଫ ହୋଇଥିବା ୨ ଜଙ୍ଗଲୀ ତସ୍କର ହେଉଛନ୍ତି ଖଇଲାପଲ୍ଲୀର ହେମସାଗର ମହାନନ୍ଦ ଓ ଅଇଁଠାପଲ୍ଲୀର ଲକ୍ଷ୍ମୀଧର ନାୟକ । ଜବତ ହୋଇଥିବା ବଜ୍ରକାପ୍ତାକୁ ବଲାଙ୍ଗୀର ଡିଏଫଓଙ୍କୁ ହସ୍ତାନ୍ତର କରାଯାଇଛି ।

ତେବେ ବଜ୍ରକାପ୍ତା କେଉଁଠୁ ଅଣାଯାଇଥିଲା ଏବଂ କେଉଁଠିକୁ ଚାଲାଣ ହେଉଥିଲା ସେନେଇ ତଦନ୍ତ କରୁଛି ବନ ବିଭାଗ । ବର୍ତ୍ତମାନ ସୁଦ୍ଧା ଏସଟିଏଫ୍ ୨୬ଟି ବାଘଛାଲ, ୨ଟି ବାଘ ଦାନ୍ତ, ୨୯ଟି ବାଘ ନଖ, ୧୫ଟି ହାତୀ ଦାନ୍ତ, ୭ଟି ହରିଣ ଛାଲ, ୧୨ଟି ଜୀବନ୍ତ ବଜ୍ରକାପ୍ତା, ୨୩ କେଜି ବଜ୍ରକାପ୍ତା କାତି ଓ ୪୬ଟି ଜଙ୍ଗଲୀ ସୁଆ ଜବତ କରିଛି । ସେହିପରି ୬୩ ଜଣ ଜଙ୍ଗଲୀ ତସ୍କରଙ୍କୁ ଗିରଫ କରିବାରେ ସଫଳ ହୋଇଛି ଏସଟିଏଫ୍ ।

Show More

Related Articles

Back to top button