Breaking PLUSଅପରାଧଦୁର୍ଘଟଣାମୁଖ୍ୟ ଖବର

ବ୍ୟବସାୟରେ କ୍ଷତି ଯୋଗୁ ପୁଅକୁ ଜିଅନ୍ତା ଜାଳିଦେଲେ ବାପା

ଶେଷରେ ପରିଣତି ଏତେ ଗମ୍ଭୀର ହୋଇଥିଲା ଯେ, ପୁଅକୁ ଜିଅନ୍ତା ଜାଳିଦେଲା ବାପା ।

ଏକ ରଙ୍ଗ ନିର୍ମାଣ କମ୍ପାନୀର ବ୍ୟବସାୟରେ କ୍ଷତି ଯୋଗୁ ବାପା, ପୁଅଙ୍କ ମଧ୍ୟରେ ବର୍ଷେ ହେବ ଲାଗିରହିଥିଲା ମନୋମାଳିନ୍ୟ । ଶେଷରେ ପରିଣତି ଏତେ ଗମ୍ଭୀର ହୋଇଥିଲା ଯେ, ପୁଅକୁ ଜିଅନ୍ତା ଜାଳିଦେଲା ବାପା । ଗୁରୁବାର ବେଙ୍ଗାଳୁରୁରେ ଘଟିଛି ଏପରି ଅଭାବନୀୟ ଘଟଣା ।ପୋଲିସର ସୂଚନା ମୁତାବକ, ୫୫ ବର୍ଷିୟ ସୁରେନ୍ଦ୍ର କୁମାରଙ୍କର ଥିଲା ରଙ୍ଗ ନିର୍ମାଣ ବ୍ୟବସାୟ ।ଏହାକୁ ତିନି ବର୍ଷ ତଳେ ପୁଅ ଅର୍ପିତ ନିଜ ହାତକୁ ନେଇଥିଲେ । ହେଲେ ଲାଭ ବଦଳରେ ଆରମ୍ଭ ହୋଇଥିଲା କ୍ଷତି । ଏହାକୁ ସୁଧାରିବାକୁ ଅର୍ପିତ କିଛି ଜାଗା ବନ୍ଧକ ରଖିବା ସହ ବ୍ୟାଙ୍କରୁ ପାଖାପାଖି ଦେଢ କୋଟି ଟଙ୍କା ଋଣ କରିଥିଲେ । ଏନେଇ ସନ୍ଦେହ ହେବାରୁ ବାପା ସୁରେନ୍ଦ୍ର କୁମାର ତାଙ୍କୁ କମ୍ପାନୀ ଆକାଉଣ୍ଟ ଦେଖାଇବାକୁ କହିଥିଲେ । ହେଲେ ଏଥିରେ ରାଜି ହୋଇନଥିଲେ ଅର୍ପିତ । ଏହାକୁ ନେଇ ଏପ୍ରିଲ ୭ ତାରିଖରେ କମ୍ପାନୀ ଘର ମଧ୍ୟ ରେ ବାପା, ପୁଅଙ୍କର ଭୀଷଣ ପାଟିତୁଣ୍ଡ ହୋଇଥିଲା । ଏହାପରେ ଦୁହେଁ ବାହାରକୁ ବାହାରି ଆସିଥିଲେ । ହେଲେ ପୁଅ ଅର୍ପିତଙ୍କ ଶରୀର ପୁରା ଭିଜିଯାଇଥିଲା । ବାପା ସୁରେନ୍ଦ୍ର କୁମାର ତାଙ୍କ ଉପରେ ମ୍ୟାଚିସ୍ କାଠି ଜଳାଇ ପକାଇବାକୁ ଯାଇଥିବାବେଳେ ଅଟକାଇଥିଲେ ଅର୍ପିତ । ହେଲେ ଦ୍ୱିତୀୟ ଥର ପୁଣି ଦିଆସିଲି ଜଳାଇ ପୁଅ ଉପରକୁ ପକାଇଦେଇଥିଲେ ସୁରେନ୍ଦ୍ର କୁମାର । ଫଳରେ ହୁତୁ ହୁତୁ ହୋଇ ଜଳିବା ଆରମ୍ଭ ରିଥିଲା ଅର୍ପିତଙ୍କ ଶରୀର । ଏସବୁ ଦୃଶ୍ୟ ସେଠାରେ ଲାଗିଥିବା ସିସିଟିଭି ଫୁଟେଜରୁ ଜଣାପଡିଛି ।

 

Show More

Related Articles

Back to top button