Breaking PLUSମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

ବଲିଉଡର ପ୍ରସିଦ୍ଧ ଗାୟକ ହନି ସିଂହଙ୍କୁ ଅସଦାଚରଣ

ମଞ୍ଚକୁ ଯାଇ ହନି ସିଂହ ଏବଂ ଆର୍ଟିଷ୍ଟଙ୍କୁ ଧମକ ଦେଇଥିଲେ।

ଦିଲ୍ଲୀର ଏକ କ୍ଲବରେ ଶୋ’ କରିବାକୁ ଆସିଥିବା ବଲିଉଡର ପ୍ରସିଦ୍ଧ ଗାୟକ ହନି ସିଂହଙ୍କୁ ଅସଦାଚରଣ କରାଯାଇଛି। ତାଙ୍କ ଶୋ’ରେ ପାଞ୍ଚ- ଛଅ ଜଣ ଲୋକ ଜବରଦସ୍ତ ପ୍ରବେଶ କରିଥିଲେ। ସେମାନେ ମଞ୍ଚକୁ ଯାଇ ହନି ସିଂହ ଏବଂ ଆର୍ଟିଷ୍ଟଙ୍କୁ ଧମକ ଦେଇଥିଲେ। ସେମାନେ ବିୟର ବୋତଲ ଦେଖାଇ ଆର୍ଟିଷ୍ଟଙ୍କୁ ଗାଳିଗୁଲଜ କରିବା ସହିତ ଧକ୍କା ମାରିଥିଲେ। ମାମଲା ଗମ୍ଭୀରତା ଦେଖି ହନି ସିଂହଙ୍କୁ ମଝିରେ ଶୋ’ ବନ୍ଦ କରିବାକୁ ପଡିଥିଲା। ଏହି ମାମଲାରେ ହାଉଜ ଖାସ୍ ପୋଲିସ ଷ୍ଟେସନରେ ଅଭିଯୋଗ କରାଯାଇଛି। ଆକ୍ରମଣ ତଥା ହତ୍ୟା ଧମକ ସମେତ ବିଭିନ୍ନ ବିଭାଗରେ ପୋଲିସ ଏକ ମାମଲା ରୁଜୁ କରିଛି। କୌଣସି ଅଭିଯୁକ୍ତଙ୍କ ନାମ FIR ରେ ଉଲ୍ଲେଖ କରାଯାଇ ନାହିଁ। ପୀଡିତ, ସିସିଟିଭି କ୍ୟାମେରା ଏବଂ ଅନ୍ୟାନ୍ୟ ବୈଷୟିକ ସହାୟତାରେ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଏହି ଶୋ’ ସାଉଥ୍ ଏକ୍ସ ପାର୍ଟ ୨ ର ସ୍କୋଲ୍ କ୍ଲବରେ ଚାଲିଥିଲା।

 

Show More

Related Articles

Back to top button