Breaking PLUSଦେଶ ବିଦେଶମୁଖ୍ୟ ଖବର

ଅନ୍ୟ ଲହର ଭଳି ବେଶି ଘାତକ ହେବନି ତୃତୀୟ ଲହର

ମୃତ୍ୟୁ ସଂଖ୍ୟା ୬୦୦ ପ୍ରତିଶତ କମିବ

ଓମିକ୍ରନ୍ କାରଣରୁ କରୋନାର ତୃତୀୟ ଲହରର ବିସ୍ତାରର ଗତି ଅତ୍ୟନ୍ତ ଦ୍ରୁତ ହେବାର ଦେଖାଦେଲାଣି । କିନ୍ତୁ ଯଦି ମୃତ୍ୟୁ ପରିସଂଖ୍ୟାନକୁ ଦେଖିବା ତେବେ ଦ୍ୱିତୀୟ ଲହର ଅପେକ୍ଷା ପ୍ରାୟ ୬୦୦ ପ୍ରତିଶତ କମ୍ ମୃତ୍ୟୁ ରେକର୍ଡ କରାଯାଇଛି । ପ୍ରଥମ ଲହର ତୁଳନାରେ ଏହି ହ୍ରାସ ପ୍ରାୟ ୯୦୦ ପ୍ରତିଶତ ଅଟେ । ତେବେ ଆଗାମୀ ଦିନରେ ମୃତ୍ୟୁରେ ସାମାନ୍ୟ ବୃଦ୍ଧି ଘଟିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫ ହଜାରରୁ ନୂତନ ସଂକ୍ରମଣ ଏବଂ ୩୦୦ ରୁ ଅଧିକ ମୃତ୍ୟୁ ପଞ୍ଜିକୃତ ହୋଇଥିଲା । ଏଥିମଧ୍ୟରୁ ୨୪୨ ମୃତ୍ୟୁସଂଖ୍ୟା କେବଳ ଥିଲା କେରଳର, ଯାହାକି ଅତୀତର ଅଟେ । ଏବେ ୨୪ ଘଣ୍ଟା ମଧ୍ୟରେ କେରଳରେ ସମୁଦାୟ ୩୩ ମୁଣ୍ଡ ନେଇଛି ମହାମାରୀ । ଗତ ବର୍ଷ ଯେତେବେଳେ କରୋନାର ଦ୍ୱିତୀୟ ଲହର ବୃଦ୍ଧି ପାଉଥିଲା, ୧୧ ଏପ୍ରିଲ ୨୦୨୧ରେ, ଦେଶରେ ୧୫୨୮୭୯ ନୂତନ କରୋନା ସଂକ୍ରମଣ ପଞ୍ଜିକୃତ ହୋଇଥିଲା।

ସେବେ ମଧ୍ୟ ୮୩୯ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଥିଲା । ସେହିଭଳି ପ୍ରଥମ ଲହରରେ, ଯଦିଓ ଗୋଟିଏ ଦିନରେ ସର୍ବାଧିକ ସଂକ୍ରମଣ ଏକ ଲକ୍ଷରୁ କମ୍ ରହିଥିଲା । ତଥାପି ମୃତ୍ୟୁ ସଂଖ୍ୟା ଅଧିକ ରହିଥିଲା । ୧୨ ସେପ୍ଟେମ୍ବର ୨୦୨୦ରେ ସମୁଦାୟ ୯୭୫୭୦ ନୂତନ ସଂକ୍ରମଣ ପଞ୍ଜିକୃତ ହୋଇଥିଲା । ଯେତେବେଳେ କି ୧୨୦୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଯାହାକି ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ଅପେକ୍ଷା ପ୍ରାୟ ୯୦୦ ପ୍ରତିଶତ ଅଧିକ ଥିଲା । ଡାକ୍ତରୀ ବିଶେଷଜ୍ଞମାନେ କହିଛନ୍ତି ଯେ ଓମିକ୍ରନ୍ କମ୍ ମାରାତ୍ମକ, ଏହା ଫୁସଫୁସକୁ କ୍ଷତି ପହଞ୍ଚାଏ ନାହିଁ। ତେଣୁ ଡାକ୍ତରଖାନାରେ ଭର୍ତ୍ତି ହେବାର ହାର କମ୍ ରହିବା ସହ ମୃତ୍ୟୁ ହାର ମଧ୍ୟ କମ୍ ରହିବ । ବର୍ଦ୍ଧମାନ ମେଡିକାଲ ବିଭାଗର ପ୍ରଫେସର ଜୁଗାଲ କିଶୋର କହିଛନ୍ତି ଯେ ଓମ୍ରିକନ୍ ସଂକ୍ରମିତ ପାଞ୍ଚରୁ ସାତ ଦିନ ମଧ୍ୟରେ ସୁସ୍ଥ ହୋଇଯାଉଛନ୍ତି । ପୂର୍ବ ଲହର ତୁଳନାରେ ନଅରୁ ଦଶ ଦିନ ପରେ ରୋଗୀମାନେ ମୃତ୍ୟୁବରଣ କରୁଥିଲେ । ତେଣୁ ଆଗାମୀ ଦିନରେ ମୃତ୍ୟୁରେ ସାମାନ୍ୟ ବୃଦ୍ଧି ଘଟିପାରେ ବୋଲି ଆଶଙ୍କା କରାଯାଉଛି । କିନ୍ତୁ, ଏହା ଦ୍ୱିତୀୟ ଲହରଠାରୁ ବହୁତ କମ୍ ହେବ ।

Show More

Related Articles

Back to top button