Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ସୋମବାର ସର୍ବଦଳୀୟ ବୈଠକ

ସବୁ ରାଜନୈତିକ ଦଳ ସହ ଆଲୋଚନା କରିବେ ରାଜ୍ୟ ନିର୍ବାଚନ ଆୟୋ

ସୋମବାର ବସିବ ସର୍ବଦଳୀୟ ବୈଠକ । ରାଜ୍ୟ ନିର୍ବାଚନ କମିଶନ ଏହି ସର୍ବଦଳୀୟ ବୈଠକ ଡାକିଛନ୍ତି । କୋଭିଡ କଟକଣା ଭିତରେ କେମିତି ପଞ୍ଚାୟତ ନିର୍ବାଚନ ହେବ ସେନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହେବ । ରାଜନୈତିକ ଦଳ ମାନଙ୍କର ମତାମତ ଓ ପ୍ରସ୍ତାବ ଶୁଣିବା ପରେ ନିର୍ବାଚନ କମିଶନ ଚୂଡାନ୍ତ ନିଷ୍ପତ୍ତି ନେବେ । ଏଥର କୋଭିଡ କଟକଣାରେ ନିର୍ବାଚନ ଲାଗି ରାଜ୍ୟ ସରକାର ଗ୍ରୀନ ସିଗନାଲ ଦେଇଛନ୍ତି । ୫ ରାଜ୍ୟ ଲାଗି କଟକଣା ଭିତରେ ନିର୍ବାଚନ ନେଇ ଘୋଷଣା ପରେ ରାଜ୍ୟରେ ମଧ୍ୟ ପଞ୍ଚାୟତ ନିର୍ବାଚନ ଠିକ ସମୟରେ ହେବ, ତାହା ସ୍ପଷ୍ଟ ହୋଇଛି। ତେବେ କିପରି ନିର୍ବାଚନ ହେବ ସେନେଇ ଆଲୋଚନା ପାଇଁ ଏହି ସର୍ବଦଳୀୟ ବୈଠକ ବସିବ। ପଲିଟିକାଲ ପାର୍ଟିଙ୍କ ମତ ଓ ପ୍ରସ୍ତାବ ଶୁଣିବେ ରାଜ୍ୟ ନିର୍ବାଚନ କମିଶନ ।

୫ ରାଜ୍ୟର ଭୋଟ ନେଇ ଜାରି ହୋଇଥିବା ଗାଇଡ ଲାଇନ ଆଧାରରେ ରାଜ୍ୟ ନିର୍ବାଚନ କମିଶନ ମଧ୍ୟ ଗାଇଡ ଲାଇନ କରିବେ । ନାମାଙ୍କନ ପତ୍ର ଦାଖଲଠୁ ପ୍ରଚାର ସଭା ଶୋଭାଯାତ୍ରା ଉପରେ କଟକଣା ରହିବ । ପ୍ରଚାର ଲାଗି କମ ସମୟ ଦିଆଯାଇପାରେ । ଶହେ ଲୋକଙ୍କୁ ନେଇ ସଭା କରିବା ଲାଗି ଅନୁମତି ମିଳିପାରେ । ଭୋଟ ଗ୍ରହଣ କେନ୍ଦ୍ର ବଢିବ । ଗୋଟିଏ କେନ୍ଦ୍ରରେ ହଜାରେରୁ ଅଧିକ ମତଦାତା ଭୋଟ କରିବେ ନାହିଁ । କୋଭିଡ ପ୍ରୋଟକଲ ଉପରେ ଗୁରୁତ୍ବ ଦିଆଯିବ । ଏସବୁ ଉପରେ ରାଜ୍ୟ ନିର୍ବାଚନ କମିଶନ ରାଜନୈତିକ ଦଳଙ୍କ ଚୂଡାନ୍ତ ସହମତି ଲୋଡିବେ ।

Show More

Related Articles

Back to top button