ସ୍ୱାସ୍ଥ୍ୟ

ଆସନ୍ତୁ ପଢିବା ଓ ଜାଣିବା ଗଜା ବୁଟର ଅଦ୍ଭୁତ ଲାଭ ବିଷୟରେ

ଶରୀରକୁ ସୁସ୍ଥ ରଖିବା ସହ ପୁରୁଷ ମାନଙ୍କୁ ଶକ୍ତି ଯୋଗାଇବାରେ ସାହାଯ୍ୟ କରେ

ଛୋଟ ବେଳେ ଆମ ପରିବାରର ବୟସ୍କ ମାନେ ସକାଳୁ ବାତୁରା ଚଣା ଖାଇବାକୁ କହୁଥିଲେ । ଚଣା ସକାଳୁ ଖାଇବା ଦ୍ବାରା ମିଳିଥାଏ ଅଦ୍ଭୁତ ଲାଭ । ଆପଣ ଯଦି ନିଜକୁ ଫିଟ୍ ରଖିବାକୁ ଚାହୁଁଛନ୍ତି , ବଡ଼ି ବନେଇବାକୁ ଚାହୁଁଛନ୍ତି କିମ୍ବା ଶରୀରକୁ ଶକ୍ତି ଦେବାକୁ ଚାହୁଁଛନ୍ତି ତେବେ ସକାଳୁ ବତୁରା ଯାଇଥିବା ବୁଟ କିମ୍ବା ଚଣା ଖାଆନ୍ତୁ ପାଆନ୍ତୁ ଅନେକ ସ୍ବାସ୍ଥ୍ୟ ଗତ ଲାଭ ।
* ଚଣା ରେ ଥିବା ପୋଷାକ ତତ୍ତ୍ଵ –
କ୍ୟାଲୋରୀ – ୪୦
କର୍ବସ୍ – ୧୫ଗ୍ରାମ
ଫାଇବର -୫ଗ୍ରାମ
ପ୍ରୋଟିନ – ୧୦ଗ୍ରାମ
ଏହା ବ୍ୟତୀତ ଆଇରନ , କପର , ଫୋଲେଟ୍ ଓ ମାଙ୍ଗାନିଜ ରହିଛି ।
* ଚଣା ସେବନ କରିବା ଦ୍ୱାରା ଆପଣଙ୍କ ପାଚନ ତନ୍ତ୍ର ସୁଦୃଢ ହୋଇ ମେଟାଵୋଲିଯିମ୍ ସ୍ତର ଉନ୍ନତ ହୋଇଥାଏ । ମେଟାବୋଲିଯିମ୍ ସ୍ତର ଦୃତ ଗତିରେ ବଢିବା ଦ୍ଵାରା ଆପଣ ଅଧିକ ଫ୍ୟାଟ ବର୍ନ କରିବେ। ଏହା ବ୍ୟତୀତ ଏଥିରେ ଥିବା ଆଇରନ ଆପଣଙ୍କୁ ରକ୍ତ ହିନତାରୁ ରକ୍ଷା କରିଥାଏ ।
* ଚଣା ରେ କ୍ୟାଲୋରୀ କମ୍ ଓ ଫାଇବର ଏବଂ ପ୍ରୋଟିନ ର ମାତ୍ରା ଅଧିକ ଥିବା କାରଣରୁ ଭୋକ ଶୀଘ୍ର ଲାଗି ନଥାଏ । ଏହା ଗୋଟିଏ ଲୋ କ୍ୟାଲୋରୀ ଖାଦ୍ୟ ହୋଇଥିବା କାରଣରୁ ଓଜନ ମଧ୍ୟ ବଢ଼ି ନଥାଏ । ଚଣା ପାଚନ ଶକ୍ତିକୁ ମଜବୁତ୍ କରିଥାଏ ।

* କଳା ଚଣା ରେ ଥାଇମିନ୍, ମଗ୍ନେଶୀୟମ୍ ଓ ଫସଫରସ ଭଳି ପୋଷାକ ତାତ୍ଵ ରହିଛି । ଏହି ପୋଷାକ ତତ୍ତ୍ଵ କୁ ସେବନ କରିବା ଦ୍ୱାରା ଶରୀରକୁ ଊର୍ଜା ଯୋଗାଇ ଥାଏ । ଓଜନ ମଧ୍ୟ ହ୍ରାସ କରିଥାଏ ।
* ଚଣା ରେ ଗ୍ଲାଇକେମିକ ଇଣ୍ଡେକ୍ସ ଖୁବ୍ କମ୍ ରହିଥାଏ , ଯାହାର ଅର୍ଥ ଏହାକୁ ସେବନ କରିବା ଦ୍ୱାରା ଶରୀରରେ ରକ୍ତ ଶର୍କରା ସ୍ତର ଖୁବ୍ କମ୍ ବଢ଼ିଥାଏ । ଏହା ଫାଇବର ଓ ପ୍ରୋଟିନ ର ଭଲ ସ୍ରୋତ ଅଟେ , ତେଣୁ ବ୍ଲଡ଼ ସୁଗାର୍ କୁ ଠିକ୍ ଭାବରେ ରେଗୁଲେଟ କରେ ।

Show More

Related Articles

Back to top button