ଜୀବନଚର୍ଯ୍ୟାସ୍ୱତନ୍ତ୍ରସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା ମହୁର ବିଭିନ୍ନ ଉପକାରିତା ବିଷୟରେ

ଓଜନ ହ୍ରାସ,ସ୍ମରଣ ଶକ୍ତି ବୃଦ୍ଧି ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ ମହୁ

ମହୁ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ମହୁକୁ ଆୟୁର୍ବେଦରେ ଓୌଷଧ ରୂପେ ମାନ୍ୟତା ଦିଆଯାଇଛି । । ମହୁ ପାଟି ପାଇଁ ଯେତିକି ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ସେତିକି ହିତକର । ତେବେ ଚାଲନ୍ତୁ ଜାଣିବା ମହୁର ବିଭିନ୍ନ ଉପକାରିତା ବିଷୟରେ ।

ଓଜନ ହ୍ରାସ,ସ୍ମରଣ ଶକ୍ତି ବୃଦ୍ଧି ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ ମହୁ ।

ଓଜନ ହ୍ରାସ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ମହୁ । ପ୍ରତିଦିନ ସକାଳୁ ଖାଲି ପେଟରେ ମହୁ ଓ ଗରମ ପାଣିକୁ ଏକତ୍ର ମିଶାଇ ପିଇଲେ ଶରୀରର ଓଜନ ହ୍ରାସ ହୋଇଥାଏ । ପ୍ରତିଦିନ ମହୁ ସେବନ ଦ୍ୱାରା ପ୍ରଥମେ ଏହା ଶରୀରରେ ମେଟାବୋଲିଜିମ୍ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ, ଯାହା ପରବର୍ତ୍ତୀ ସମୟରେ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ ମହୁ । ମହୁରେ ଅନେକ ଔଷଧୀୟ ଗୁଣ ରହିଛି । ମହୁରେ ସର୍ବାଧିକ ସଂଖ୍ୟକ ଆଣ୍ଟିଅକ୍ସିଡାଣ୍ଟ ଥାଏ । ପ୍ରତିଦିନ ମହୁ ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଏହା ସହାୟକ ହୋଇଥାଏ ।

ପ୍ରତିଦିନ ସକାଳେ ଜଳଖିଆ ପୂର୍ବରୁ କିମ୍ବା ବ୍ୟାୟାମ ପୂର୍ବରୁ ମହୁ ଖାଇବା ଆବଶ୍ୟକ ଅଟେ । ମହୁ ଶରୀର ପାଇଁ କ୍ଲିନିଂ ଟୋନର ଭାବରେ ମଧ୍ୟ କାମ କରେ ଯାହା ପିଲାମାନଙ୍କ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହୋଇଥାଏ । ମୁହଁ ଓ ଚର୍ମରେ ଚମକ ଆଣେ ମହୁ । ଯେଉଁ ମାନଙ୍କର ଡ୍ରାଏ ସ୍କିନ୍ ସେମାନଙ୍କ ପାଇଁ ମହୁ ବହୁତ ଲାଭଦାୟକ । ମୁହଁରେ ମହୁକୁ ମଶ୍ଚରାଇଜର ଭାବେ ଏହାକୁ ପ୍ରତିଦିନ ଲଗାଇଲେ ମୁହଁରେ ଚମକ ଆସେ ।

ଚର୍ମରେ କ୍ଷତ, କଟା, ପୋଡା ଘା ହେଇଥିଲେ ସେଥିରେ ମହୁ ଲଗାଇବା ଦ୍ୱାରା ଶରୀରକୁ ଉପଶମ ମିଳିଥାଏ । ସ୍ମରଣ ଶକ୍ତି ବୃଦ୍ଧି କରାଏ ମହୁ । ମହୁ ମସ୍ତିଷ୍କର ଶକ୍ତି ଏବଂ ସ୍ମୃତି ଶକ୍ତି ବୃଦ୍ଧି କରାଇଥାଏ । ପ୍ରତିଦିନ ମହୁ ବ୍ୟବହାର କରିବା ଦ୍ୱାରା ଏହା ଶରୀରର ମେଟାବୋଲିକ୍ ଚାପକୁ ରୋକିଥାଏ ଏବଂ ମସ୍ତିଷ୍କକୁ ଶାନ୍ତ କରିବାରେ ସାହାଯ୍ୟ କରିଥାଏ । ଯାହାକି ଏହା ଦୀର୍ଘ ସମୟ ପାଇଁ ସ୍ମୃତି ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ପ୍ରତିଦିନ ମହୁ ସେବନ କଲେ କାଶ ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ । ପ୍ରତିଦିନ ଏକ ଚାମଚ ମହୁ ଖାଇବା ଦ୍ୱାରା ଗଳାରେ ଉତ୍ତେଜନା କମିଯାଏ ଓ କାଶ କମିଯାଇଥାଏ ।

Show More

Related Articles

Back to top button