Breaking PLUSଓଡ଼ିଶା

ନନ୍ଦନକାନନରେ ପୁଣି ପଶିଲେ ଜଙ୍ଗଲୀ ହାତୀ

ଜଙ୍ଗଲରେ ଲୁଚିଛନ୍ତି, ଖୋଜୁଛନ୍ତି ବନବିଭାଗ କର୍ମଚାରୀ

ନନ୍ଦନକାନନରେ ପୁଣି ଦୁଇ ଜଙ୍ଗଲୀ ହାତି ପଶି ଘଂଚ ଜଙ୍ଗଲରେ ଲୁଚି ରହିଛନ୍ତି । ମଙ୍ଗଳବାର ରାତିରେ ଦୁଇଟି ଜଙ୍ଗଲୀ ହାତି ନନ୍ଦନାକନନନ ପଛପଟ ପାଚେରୀ ଭାଙ୍ଗି, ନନ୍ଦନକାନନ ପରିସର ଭିତରକୁ ପ୍ରବେଶ କରିଥିଲେ । ସେମାନେ ବାଘ ସଫାରୀ ପଛପଟେ ଥିବା ଘଂଚ ଜଙ୍ଗଲରେ ଏବେ ପର୍ଯ୍ୟନ୍ତ ଲୁଚି ରହିଛନ୍ତି । ଖବର ପାଇଁ ନନ୍ଦନକାନନ କର୍ମଚାରୀ ମାନେ ହାତୀମାନଙ୍କୁ ଖୋଜା ଖୋଜି କରିଥିଲେ ସୁଦ୍ଧା ହାତି ଦୁଇଟିର ଏମିତି ଜଙ୍ଗଲ ରେ ଲୁଚି ରହିଛନ୍ତି ଯାହାକୁ କର୍ମଚାରୀମାନେ ପତା କରି ପାରିନାହାନ୍ତି । ତେବେ ହାତୀମାନେ ନନ୍ଦନକାନନର କୌଣସି କ୍ଷତି କରିନଥିବା ବେଳେ ସେମାନେ ନନ୍ଦାନନକାନନରେ ରହିବା ଏକ ନନ୍ଦନକାନନ ଜନ୍ତୁମାନଙ୍କ ପାଇ ବିପଦ ସୃଷ୍ଟି କରିବା ଆଶଙ୍କା ରହିଛି ବୋଲି କତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ହାତୀମାନଙ୍କୁ ଖୋଜି ସେମାନଙ୍କ ଗତି ବିଦ୍ଧି ଉପରେ ନଜର ରଖିବା ସହିତ ସେମାନଙ୍କୁ ପରିସର ବାହାରକୁ ବାହାର କରିବା ପାଇଁ କର୍ମଚାରୀ ମାନେ ଉଦ୍ୟମ ଚଳାଇଛନ୍ତି । ସୂଚନା ମୁତାବକ ଗତ ୮ତାରିଖରେ ଦୁଇଟି ଜଙ୍ଗଲୀ ହାତୀ ନନ୍ଦକାନନନରେ ପଶି ଆତଙ୍କ ସୃଷ୍ଚି କରିଥିଲେ । ସେଥିପାଇଁ ଗତ ବୁଧବାର ନନ୍ଦନକାନନକୁ ବନ୍ଦ ରଖିବାକୁ ପଡିଥିଲା । ଗୋଟିଏ ଦିନ ବନ୍ଦ ପାଇଁ ନନ୍ଦନକାନନର ପ୍ରାୟ ୭ ଲକ୍ଷ ଟଙ୍କା ରାଜସ୍ବ ହାନି ଘଟିଥିଲା । ହାତୀମାନେ ବାରମ୍ବାର ନନ୍ଦନକାନନ ପାଚେରୀ ଭାଙ୍ଗି ପରିସର ଭିତରକୁ ପ୍ରବେଶ କରୁଥିଲେ ମଧ୍ୟ ସେମାନଙ୍କ ପାଇଁ ସ୍ତାୟୀ ପ୍ରତିକାର କରାଯାଉ ନଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି ।

Show More

Related Articles

Back to top button